ପାଇକମାଳ ଟାଟାପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ପାଳନ

  • ଅବସର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ଼ ସବଷ୍ଟେସନ୍‌ ପରିସରରେ ଟାଟାପାୱାର କର୍ମଚାରୀମାନେ ବିଶ୍ୱକର୍ମା ଦେବଙ୍କ ପୂଜନ ଉତ୍ସବ ବହୁତ ସୁନ୍ଦର ଭାବରେ ଅତିଥି ମାନଙ୍କ ସହ ପାଳନ କରିଛନ୍ତି । ଏକ ସୁନ୍ଦର ଭବ୍ୟ ବିଶ୍ୱକର୍ମାଦେବଙ୍କ ମୂର୍ତ୍ତି ଆଣି ପେଣ୍ଡାଲରେ ସୁସଜ୍ଜିତ କରି ସୋମବାର ୧୦ଟାରେ ଶିବମନ୍ଦିର ଘାଟରୁ ପବିତ୍ର ପାଣି ଆଣି ଏକ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ କଳସି ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ଲାଇନ୍‌ମେନ୍‌ ସୁରେନ୍ଦ୍ର ରଣା ଓ ତାଙ୍କର ସହ ଧର୍ମିଣୀ ନନ୍ଦିକା ରଣା ଦାଇତ୍ୱ ତୁଲାଇଥିବା ବେଳେ ପ୍ରେମାନନ୍ଦ ଦେବତା ପୂଜା କାର୍ଯ୍ୟ ବହୁତ ସୁନ୍ଦର ସ୍ୱଷ୍ଟ ମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜା ସମାପନ କରିଥିଲେ । ପୂଜା ସମାପନ ପରେ ଅବସର ନେଇ ଥିବା କର୍ମଚାରୀ ମାନଙ୍କୁ ବସାଇ ଫୁଲ, ଚନ୍ଦନ ଦେଇ ପୂଜା କରାଯାଇ, ତାଙ୍କୁ ଉପଢୌକନ ଦେଇ କର୍ମଚାରୀ ମାନେ ସମ୍ମାନିତ କରିଥିଲେ । ପୂଜ୍ୟପୂଜାର ଏହି ଦୃଶ୍ୟ ବହୁତ ସୁନ୍ଦର ଥିଲା, ବଡଭାଇ ମାନଙ୍କୁ ସାନଭାଇ ମାନେ ସମ୍ମାନିତ କରି ମୁଣ୍ଡିଆ ମାରି ଆଶୀର୍ବାଦ ପାଇ ଥିଲେ । ଏହି ନିଆରା ପରମ୍ପରାକୁ ସବୁ ବିଶ୍ୱକର୍ମା ପୂଜାରେ କରାଯିବା ପାଇଁ ଟାଟାପାୱାର ଏସ୍‌ଡିଓ ମନରଞ୍ଜନ ନାୟକ କର୍ମଚାରୀ ମାନଙ୍କୁ ଖୁସି ହୋଇ ବରକରାର ରଖିବା ପାଇଁ ପରାମର୍ଶ ଦେଇଥିଲେ । ଜେଇ ପ୍ରକାଶ ସିଂହ ଓ ତାଙ୍କର ସମସ୍ତ କର୍ମଚାରୀ ବିଭିନ୍ନ କାମରେ ସହଯୋଗ କରିଥିଲେ, ଶେଷରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.