jittmm
sonalika

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ହାଟପଦା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ । ହେଲେ ଅଦ୍ୟାବଧି ସୁଦ୍ଧା ଏକ ସୁଲଭ ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇ ନ ଥିବାରୁ ପ୍ରାୟ ୧ ବର୍ଷରୁ ଅଧିକ ହବ ଠିକାସଂସ୍ଥା ବସଷ୍ଟାଣ୍ଡ ନିର୍ମାଣ କାମ କରିପାରୁ ନ ଥିବା ଅଭିଯୋଗ କରି ଆସୁଥିଲେ । ବାରମ୍ବାର ପ୍ରଶାସନିକ ନୋଟିସ ସତ୍ୱେ ପଞ୍ଚାୟତ ଗୃହରେ ଦୋକାନ ଖୋଲି ବ୍ୟବସାୟ ଚାଲୁରଖିବା ସହ କିଛି ନିରୀହଜନସାଧାରଣ କୋଡିଏରୁ ଉର୍ଦ୍ଧ ବର୍ଷ ହେବ ଘର କରି ରହି ଆସୁଥିଲେ । ଏଣୁ ବାଧ୍ୟ ହୋଇ କୋଟଗଡ ତହସିଲଦାର ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ ଫୋର୍ସ, ବିଜୁଳି କର୍ମଚାରୀ, ମୋବାଇଲ ସ୍ୱାସ୍ଥ୍ୟ ଟିମ ଏବଂ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇ ୨ଟି ବୁଲଡୋଜର ସହାୟତାରେ ଜବରଦଖଲ ଉଛେଦ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଜଣେ ନିରୀହ ବୃଦ୍ଧା ଦୀର୍ଘ ବର୍ଷ ହବ ଘରକରି ରହିଆସୁଥିବାରୁ ଭିଟା ମାଟି ଛାଡି ଯିବାପାଇଁ ଇଛା ପ୍ରକଶ ନ କରି ନିଜ ଛୋଟ କୁଡ଼ିଆ ଖଣ୍ଡିକୁ ଚାହିଁ କାନ୍ଦୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । କୋଟଗଡରେ ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ ଯାନ ବାହନ ଦୁର୍ଘଟଣା ରୋକିବାକୁ ତହସିଲଦାର ଏବଂ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କୋଟଗଡ ବଜାରରେ ଥିବା ଦୋକାନଗୃହ ସମ୍ମୁଖ ରାସ୍ତାକୁ କବଜା କରିବାକୁ ମନା କରିବା ସହ ରାସ୍ତା ସମ୍ପ୍ରସାରଣ ପାଇଁ ବଜାର ଛକ ଠାରୁ ସୁବର୍ଣ୍ଣଗିରି ଯିବା ରାସ୍ତା ଓ ପୁରା ବଜାର କଡ଼ରେ ମାଡ଼ି ବସିଥିବା ଉଠାଦୋକାନୀଙ୍କୁ ଉଠାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ତୁମୁଡିବନ୍ଧ ତହସିଲଦାର ଦୋଳଗୋବିନ୍ଦ ସାହୁ,ସୁପରଭାଇଜର ଗୋଲକ ବିହାରୀ ସାମନ୍ତସିଂହାର କର, ରାଜସ୍ୱ ନିରୀକ୍ଷକ ରଂଜିତ ସାହୁ ସମେତ ବହୁ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.