oom

ସେପ୍ଟେମ୍ବର ୨୯ରେ କୋସଲି ସଂସ୍କୃତି ଦିନ : କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ ନେଇ ଅନଲାଇନ ପ୍ରସ୍ତୁତି ବୈଠକ

jsmm

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ଅପରାହ୍ନରେ କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ କରିବା ପାଇଁ ଅନଲାଇନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକକୁ ଲାଲଚନ ବଗର୍ତି ସଂଜୋଜନା କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ ଯୋଗ ଦେଇଥିଲେ । ବରଗଡରୁ ସାକେତ ଶ୍ରୀଭୂଷଣ ସାହୁ, ନୁଆପଡାରୁ ବିଜୟାର ସଂପାଦକ ସୁରଜିତ ସିଂ ମହାରଥା, କୋଶଲୀ ଭାଷା ସୁରକ୍ଷା ସମିତିର ଦିଲ୍ଲିପ ପଶାୟତ, ତହଁକ ବଲାଂଗିରରୁ ଅର୍ଜ୍ଜୁନ ସାହୁ, କୋଶଲୀ ସାହିତ୍ୟ ଏକାଡେମୀ ସୋନପୁରରୁ ଦେବେନ୍ଦ୍ର କୁମାର ନାଏକ, କଲାହାଣ୍ଡିରୁ ଦେବେନ୍ଦ୍ର ଭୋଇ, କୋସଲି ଡେରା ପାଟଣାଗଡରୁ କ୍ଷୀରୋଦ୍ର ସାହୁ, ସେଲାପଥରରୁ ଧରମସିଂ ଧରୁଆ, ମହାଖଲା କର୍ତଂଗରୁ କୃପାସିନ୍ଧୁ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଂକ ଜୟନ୍ତୀକୁ କୋସଲି ସଂସ୍କୃତି ଦିନ, କୋସଲବ୍ୟାସ ନୀଳମାଧବ ପାଣିଗ୍ରାହୀଙ୍କ ଜୟନ୍ତୀକୁ କୋସଲି ଦିନ, ଖଗେଶ୍ୱର ସେଠଙ୍କ ଜୟନ୍ତୀକୁ କୋସଲି ଦଲିତ ସାହିତ୍ୟ ଦିନ ଏବଂ ପ୍ରୟାଗଦତ୍ତ ଯୋଷୀଙ୍କ ଜୟନ୍ତୀକୁ କୋସଲି ସ୍ୱାଭିମାନ ଦିନ ଭାବେ ସେପ୍ଟେମ୍ବର ପାଳନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଗାମୀ ୨୯ରେ ପଡୁଥିବା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଂକ ଜୟନ୍ତୀକୁ କୋସଲି ସଂସ୍କୃତି ଦିନ ଭାବେ କିପରି ବ୍ୟାପକ ଭାବେ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ଅନଲାଇନ ପ୍ରତିଯୋଗିତା କରିବା ପାଇଁ ବିଚାର ହୋଇଛି ।

jittmm
Leave A Reply

Your email address will not be published.