pakka

ସ୍ୱେଚ୍ଛାସେବୀ ସଂଗଠନର ସାମ୍ବାଦିକ ସମ୍ବିଳନୀ

bbehera

କଳାହାଣ୍ଡି, (କେପିଏନ୍‌ଏସ୍‌) : ସୁପରିଚିତ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଝିଲିମିଲି ପଲ୍ , ସୁନୀତା ବାଗ, ରାଜେଶ୍ୱରୀ ସାହୁ, ପୂଜା ବାଗ, ରୋଜାଲିନ ପଣ୍ଡା ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ପରମାନନ୍ଦପୁର ସ୍ଥିତ ସଂଗଠନର ମୁଖ୍ୟ କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଉକ୍ତ ସଂଗଠନ ୨୦୧୮ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହୋଇ ସର୍ବ ପ୍ରଥମେ ରକ୍ତଦାନ ଉପରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ଆୟୋଜନ କରି ଆସୁଛି , ସର୍ବ ପ୍ରଥମେ ଏହା ପରେ ପରେ ଅନ୍ୟାନ୍ୟ ସାମାଜିକ କାର୍ୟ୍ୟକ୍ରମ ଯଥା ବୃକ୍ଷ ରୋପଣ, କ୍ଲିନ୍ କଳାହାଣ୍ଡି , ଦୁର୍ଘଟଣା ସଚେତନତା ରାଲି, ବିଭିନ୍ନ ରୋଗ ବିଷୟରେ ସଚେତନତା ଇତ୍ୟାଦି କାର୍ୟ୍ୟକ୍ରମ ଆୟୋଜନ କରୁଛନ୍ତି ବୋଲି ସଂଗଠନର ପ୍ରତିଷ୍ଠାତା କହିଛନ୍ତି ।
ବର୍ତମାନ ସଂଗଠନର ଏକ ମହିଳା ଟିମ୍ ଗଠନ କରି ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଶୋଷଣ, ନିର୍ୟାତନା, ଧର୍ଷଣ ଆଦି ଅମାନୁଷିକ ଆକ୍ରମଣ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏପରି ଅମାନୁଷିକତାର ଉଦାହରଣ ସବୁ ଗ୍ରାମାଞ୍ଚଳ ତଥା ସହରରେ ମଧ୍ୟ ଦେଖିବକୁ ମିଳିଥାଏ । ଉଦାହରଣ ସ୍ୱରୂପ ମଦ୍ୟପ ସ୍ବାମୀ ନିଜ ସ୍ତ୍ରୀଙ୍କ ଉପରେ ଅତ୍ୟାଚାର କରୁଚି, ଶାଶୁ ଘରେ ବୋହୂକୁ ଯୌତୁକ ପ୍ରଥା ନେଇ ନିର୍ୟାତନା ଦିଅନ୍ତି, ଆହୁରି ଅନେକ ଘଟଣା ଏହାର ଉଦାହରଣ । ଏମାନଙ୍କ ମଧ୍ୟରୁ କିଛି ଶିକ୍ଷିତ ମହିଳା ନ୍ୟାୟ ପାଇବା ପାଇଁ ସମାଜ ସହିତ ଲଢେଇ କରନ୍ତି, କିନ୍ତୁ କିଛି ଅସହାୟ ମହିଳାମାନେ ସବୁ ଅତ୍ୟାଚାର ସହି ଚୁପ୍ଚାପ୍ ରହିଯାନ୍ତି । ସେହି ଅସହାୟ ପୀଡ଼ିତାଙ୍କ ପ୍ରତି ହେଉଥିବା ମାନସିକ ବା ଶାରୀରିକ ଅତ୍ୟାଚାରକୁ ନିୟନ୍ତ୍ରଣ କରି ପୀଡ଼ିତା ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ସଂଗଠନର ମହିଳା ଟିମ୍ ଆଗେଇ ଆସିଛନ୍ତି । ନ୍ୟାୟ ଦେବା ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ଏହା ସହିତ ସାଧାରଣ ଜନତାଙ୍କୁ ଅନୁରୋଧ କରି କହିଛନ୍ତି ଯେ. ଯେଉଁଠି ମଧ୍ୟ ଏ ପ୍ରକାର ଅତ୍ୟାଚାର ଦେଖିଲେ ଯଥାଶୀଘ୍ର ସଂଗଠନର ମହିଳା ଟିମ୍‌କୁ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

18 − three =