ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସହରରେ ତା୨୮.୦୩.୨୦୨୧ରେ ରାଜ୍ୟ ସଭାପତି ଶ୍ରୀକାନ୍ତ ବାରିକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ୨୦୧୫ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ମାନଙ୍କର ନିୟମିତ ପ୍ରକ୍ରିୟା, ରାଜ୍ୟ କନିଷ୍ଠ ଶିକ୍ଷକ ସଙ୍ଘର ଆଗାମୀ କାର୍ୟ୍ୟପନ୍ଥା, ଡିଇଏଲ୍‌ଇଡି(ଏନ୍‌ଆଇଓଏସ୍‌) ଟ୍ରେନି‌ଙ୍ଗ୍‌ ନେଇଥିବା ଶିକ୍ଷକ ମାନଙ୍କ ସମସ୍ୟା ଉପରେ ଆଲୋଚନା ହେଇଥିଲା ।

୨୦୧୫ ବ୍ୟାଚ୍‌ ଶିକ୍ଷକ ମାନଙ୍କର ନିୟମିତ ପ୍ରକ୍ରିୟା କିଭଳି ଦ୍ରୁତ ଗତିରେ ହେବ ସେଥିପାଇଁ ରାଜ୍ୟ ସଭାପତି ସମ୍ପୂର୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ । ରାଜ୍ୟର ସମସ୍ତ ବ୍ଲକ ସଂଗଠନ ଏବଂ ଜ଼ିଲ୍ଲା ସଂଗଠନ ପୁନଃଗଠନ ତଥା ସୁଦୃଢ କାର୍ୟ୍ୟ ଖୁବ ଜଲଦି ସାରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ । କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି, କିଭଳି ହେଇପାରିବ ସେ ସଂକ୍ରାନ୍ତୀୟ ଆଲୋଚନା ହେଇଥିଲା । ସଭାରେ ଅମରେନ୍ଦ୍ର ବାଗ, ଶାଶ୍ୱତ ଯୋଶୀ, ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀ, ମଧୁସୂଦନ ସାଗର, ନେତ୍ରାନନ୍ଦ ପଧାନ ପ୍ରମୁଖ ରାଜ୍ୟ ସ୍ତରୀୟ ଶିକ୍ଷକ ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.