କୁଚ୍ଚବେହାର ଟ୍ରଫି : ଓଡିଶା ଛତିଶଗଡ ମୁକାବିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆସନ୍ତା କାଲିଠାରୁ ହେବାକୁ ଥିବା ୧୯ ବର୍ଷରୁ କମ୍‌ କୁଚ୍ଚବେହାର ଟ୍ରଫିରେ ଓଡିଶା ଛତିଶଗଡକୁ ଭେଟିବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଧରି ଓଡିଶା ଏବଂ ଛତିଶଗଡ କ୍ରିକେଟ ଦଳ ତାଙ୍କର ନେଟ୍‌ସ୍‌ ପ୍ରାକ୍ଟିସ୍‌ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ କରୁଛନ୍ତି । ଏହି ମ୍ୟାଚଟି ୧୫ ଡିସେମ୍ବରରୁ ଆରମ୍ଭ ହୋଇ ୧୮ ଡିସେମ୍ବର ଯାଏଁ ଚାଲିବ । ଉଭୟ ଦଳରେ ଭଲ୍‌ ପ୍ଲେୟାର୍‌ମାନେ ରହିଥିବାରୁ ଏହି ମ୍ୟାଚଟି ଚିତାକର୍ଷକ ହେବ ବୋଲି ଆଶା କରାଯାଉଛି । ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସମସ୍ତ କ୍ରୀଡା ପ୍ରେମୀମାନଙ୍କୁ ଅନୁରୋଧ କରାଯାଉଛି ଯେ ବହୁ ସଂଖ୍ୟାରେ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିବେ ।

Leave A Reply

Your email address will not be published.