ଦେଓଗାଁ ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ ଭେଡେନ ବିଡ଼ିଓ : ବ୍ଲକର ପଡିରହିଥିବା ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବା ଆଶା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦେଓଗାଁର ନୂଆ ବିଡିଓ ଭାବେ ମୁରଲୀଧର ନାୟକ ଯୋଗ ଦେଇଛନ୍ତି । ଶ୍ରୀ ନାୟକ ଏହା ପୂର୍ବରୁ ବରଗଡ଼ ଜିଲ୍ଲାର ଭେଡ଼େନ ବ୍ଲକରେ ବିଡିଓ ଭାବେ କାର୍ୟ୍ୟରତ ଥିଲେ । ଶୁକ୍ରବାର ସେ ଦେଓଗାଁ ଏବିଡିଓ ରୁଦ୍ର ପ୍ରସାଦ ସୁନାଙ୍କର ଦାୟି‌ତ୍ୱ ଗ୍ରହଣ କରିଥିଲେ । ଏହି ବ୍ଲକ୍‌ରେ ନୂଆ ବିଡିଓଙ୍କ ଯୋଗଦାନ ପରେ ପଡ଼ି ରହିଥିବା ବିଭିନ୍ନ ପ୍ରକଳ୍ପ କାମ ତ୍ୱରା‌ନ୍ୱିତ ହେବା ଆଶା ଉ‌ଜ୍ୱଳ ହୋଇଛି । ସୂଚନା ଯୋଗ୍ୟ ଯେ, ପ୍ରାୟ ୨ ବର୍ଷ ହେଲା ଦେଓଗାଁ ବ୍ଲକ୍‌ରେ ହୋଇଥିବା ବନ୍ୟା କ୍ଷୟକ୍ଷତିର ମରାମତି ପାଇଁ ୧.୫୪ କୋଟି ଟଙ୍କାର ଅନୁଦାନ ଆସିଥିଲା । ଏହି ଅନୁଦାନକୁ ଖର୍ଚ୍ଚ କରିବା ନେଇ ରାଜନୈତିକ ଦଳମାନେ ଟଣାଓଟରା ହେଉଥିଲେ । ପୂର୍ବ ବିଡ଼ିଓ ଚାପରେ ପଡ଼ି ଅନୁଦାନ ଖର୍ଚ୍ଚକୁ ନେଇ ଯେତେ ପରିମାଣରେ ହସ୍ତକ୍ଷେପ କରିବା କଥା କରୁ ନଥିବାରୁ ଅନୁଦାନ ଖର୍ଚ୍ଚ କରିବାରେ ବିଳମ୍ବ ହେଉଥିଲା ।

Leave A Reply

Your email address will not be published.