
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ନୁଆଁଖାଇ ଭେଟଘାଟ ୨୦୨୫ ତଥା ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଚଳିତ ସେପ୍ଟେମ୍ବର ୨୦ ତାରିଖରେ ହେବା ପାଇଁ ତାରିଖ ନିର୍ଦ୍ଧାରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ, ସ୍ୱେର୍ଚ୍ଚାସେବୀ ଏବଂ ଅଂଚଳର ଜନ ପ୍ରତିନିଧି ଯୋଗ ଦେବାର ସୂଚନା ରହିଛି । ଆଜି ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲଠାରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ସଭାପତି ମୋତିଲାଲ ବାଗ, ସମ୍ପାଦକ ସୋମନାଥ ବାଗ, କୋଷାଧକ୍ଷ ସୌଦାଗର ବରିହା, ମିଡ଼ିଆ ପ୍ରଭାରୀ ନାରାୟଣ ଶତନାମୀ ପ୍ରମୁଖ ଭେଟି କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ସମସ୍ତ ବିଦ୍ୟାଳୟ ର ଶିଶୁ ସାମ୍ବାଦିକଙ୍କୁ ତାଲିମ ପ୍ରଦାନ, କଳା ସଂସ୍କୃତି ସମ୍ୱନ୍ଧୀୟ ପ୍ରତିଯୋଗିତା ହେବାର ପ୍ରସ୍ତୁତି ଚାଲିଥିବା ବେଳେ ମୋବାଇଲ ଫୋଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ, ସମସ୍ତ କୃତୀ ପ୍ରତିଯୋଗୀ, ବିଭିନ୍ନ ଅନୁଷ୍ଠାନ, ସ୍ୱେର୍ଚ୍ଚାସେବୀଙ୍କୁ ସମ୍ମାନିତ କରିବାର ପ୍ରସ୍ତୁତି ଚାଲିଥିବାର ସୂଚନା ରହିଛି ।