oom

ନିଷ୍ଠା ପରିବାର ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ତରଫରୁ ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ ଏବଂ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ନେତୃତ୍‌ତ୍ୱରେ ବରଗଡ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସକାଳ ୧୦ଟାରୁ ରକ୍ତ ପୃଥକୀକରଣ ୟୁନିଟ୍ (BLOOD SEPARATION UNIT) ବରଗଡର ଯଥାଶିଘ୍ର କାର୍ୟ୍ୟକ୍ଷମ ପାଇଁ ନିଷ୍ଠା ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ରକ୍ତକୁ ନେଇ ଯେଉଁ ବ୍ୟବସାୟୀକରଣର ଅଭିଯୋଗ ଆସିଛି ତାର ସଠିକ୍ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଧାରଣାରେ ଫର୍‌ର ଅଧ୍ୟକ୍ଷ ଦେବବ୍ରତ ମିଶ୍ର (ଟୁକୁ), ସଂକଳ୍ପ ପରିବାର, ଜନ କଲ୍ୟାଣ ସେବା ଟ୍ରଷ୍ଟ, ଆପ, ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ଅନେକ ସ୍ବେଚ୍ଛାସେବୀ ସମର୍ଥନ କରିଥିଲେ । ଆଜି ଧାରଣା ସ୍ଥଳକୁ ବରଗଡ ମୁଖ୍ୟ ଜିଳ୍ଲା ଚିକିତ୍ସାଧିକାରୀ ଅରୁଣ କୁମାର ପାତ୍ର, ବରଗଡ ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କର ଓ ଡାକ୍ତର ରାଜେଶ କୁମାର ପାଢୀ ଆସି ଆମ ଦାବୀପତ୍ର ଗ୍ରହଣ କରିଥିଲେ ଓ ଆଗାମୀ ଦୁଇମାସ ଭିତରେ BLOOD SEPARATION UNIT କାର୍ୟ୍ୟକ୍ଷମ ହେବ ବୋଲି ଲିଖିତ ଭାବରେ ଦେଇଛନ୍ତି । ରକ୍ତର ବ୍ୟବସାୟୀକରଣର ଯେଉଁ ଅଭିଯୋଗ ଆସିଛି ସେ ଉପରେ ମଧ୍ୟ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ବୋଲି କହିଥିବା ବେଳେ ନିଷ୍ଠା ପରିବାରର ଏହି ଧାରଣାକୁ ସମର୍ଥନ ଜଣାଇଥିଲେ ।

jittmm
Leave A Reply

Your email address will not be published.