ନିଷ୍ଠା ପରିବାର ଦ୍ୱାରା ଅସହାୟ ଯୁବତୀଙ୍କ ଶବ ସତ୍କାର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ଯୁଗରେ ଆଧୁନିକ ପରିପାଟି ପୂର୍ଣ ଦେଶରେ ଆମେ ଆଜି ଉପନୀତ । କିନ୍ତୁ ପରିତାପର ବିଷୟ ଯେ ଆଜି ବି ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି । ଜାତିପ୍ରଥା, ଛୁଆଁ ଅଛୁଆଁର ‌ଦ୍ୱାହି ଦେଇ ସଭ୍ୟ ସମାଜ ଦୂରେଇ ଯାଏ ଏବଂ ପଡିରହିଥାଏ ଅସହାୟ ଅବସ୍ଥାରେ ମୃତଙ୍କ ମର ଶରୀର । ଖବର ପାଇବା କ୍ଷଣି ସହଯୋଗର ହାତ ବଢାଇଲା ନିଷ୍ଠା ପରିବାର । ଶବଦାହ ପାଇଁ କାଠ ଓ ଆବଶ୍ୟକୀୟ ସାମଗ୍ରୀ ସହିତ ସସମ୍ମାନେ ହିନ୍ଦୁ ରୀତିନୀତିରେ ଶବ ସତ୍କାର କଲା ଗୋବିନ୍ଦପାଲି ସ୍ଥିତ ଶ୍ମଶାନ କ୍ଷେତ୍ରରେ । ଗୋଟିଏ ମଣିଷର ଜନ୍ମଗତ ଅଧିକାର ହେଉଛି ସାମାଜିକ ସମ୍ମାନ ସହ ସମାଜରେ ବଂଚି ରହିବା ଏବଂ ମୃତ୍ୟୁ ବରଣ ପରେ ସମ୍ମାନ ସହ ବିଦାୟ ଦେବା । ତେଣୁ ନିଷ୍ଠା ପରିବାରର ସନମ୍ର ଅନୁରୋଧ ସାମାଜିକ ବାଛବିଚାର, କୁସଂସ୍କାର, ଛୁଆଁ ଅଛୁଆଁ ଭେଦଭାବ ଭୁଲି ଏଭଳି ପରିସ୍ଥିତିରେ ଆଗଭର ହୁଅନ୍ତୁ ।

Leave A Reply

Your email address will not be published.