oom

ଡାଙ୍ଗବାହାଲ ସୋସାଇଟିର ନିର୍ବାଚନ ବର୍ଜନ କଲେ ଚାଷୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଡାଙ୍ଗବାହାଲ ସେବା ସମବାୟ ସମିତି ଲିଃ ଠାରେ ହୃଷିକେଶ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୧ ଖରିଫ ଫସଲ ବିମା ଏଚ୍‌ଡିଏଫ୍‌ସି କମ୍ପାନୀର ଟାଳଟୁଳ ନୀତି ଓ ପ୍ରସାଶନର ମନମୁଖୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବୀମା ରାଶି ମିଳି ପାରୁନାହିଁ ଓଲଟା ରିଜେକ୍ଟ ରିଭର୍ଟ ପେଣ୍ଡିଙ୍ଗ ନାଁରେ ସମୟ ବିତେଇ ଚାଲିଛନ୍ତି ବୋଲି ମତ ପ୍ରକାଶ ପାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, କ୍ରପ କଟିଂ ରିପୋର୍ଟ ଆଜି ଯାଏ ସାର୍ବଜନୀନ କରାଯାଇ ନାହିଁ ମରୁଡି ଘୋଷଣା କରାଯାଇ ନାହିଁ । ତେଣୁ ବୀମା ଟଙ୍କା ଓ ମରୁଡି ସହାୟତା ନ ମିଳିବା ଓ ଚାଷୀ ମାନଙ୍କର କୃଷି ଋଣ ଛାଡ ନ କରିବା ପର୍ଯ୍ୟନ୍ତ ସମବାୟ ସମିତିର ଭୋଟ ବର୍ଜନ କରାଯିବ ବୋଲି ଚାଷୀମାନେ ନିଷ୍ପତ୍ତି ନେଲେ ଓ ଜିଲ୍ଲା ସେବା ସମବାୟ ସମିତି ନିର୍ବାଚନ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଆଗାମୀ ୧୩ ତାରିଖ ଆଇନ ଅମାନ୍ୟ ଓ ଜେଲ ଭରୋ ଆନ୍ଦୋଳନକୁ ସମସ୍ତେ ସହଯୋଗ କରିବା ସହିତ ବହୁତ ସଂଖ୍ୟାରେ ସାମିଲ ହେବା ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି ଅରବିନ୍ଦ ପଣ୍ଡା ଆହ୍ୱାନ କରିଥିଲେ । ଏହି ଭୋଟ ବର୍ଜନ ବୈଠକରେ ସନ୍ଧିବାହାଲ ସମିତି ସଭ୍ୟ ଦେବେନ୍ଦ୍ର କୁମାର ଯୋଶୀ, ଜାମୁଟପାଲିର ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ରବିନ୍ଦ୍ର ନାଥ ଠାକୁର, କରମ ସିଂ ସାହୁ, ପୂର୍ଣ୍ଣନନ୍ଦ ସିଂ ଠାକୁର, ସରୋଜ ସାହୁ, ଗଜପତି ସାହୁ, ଡୋଳାମଣି ସାହୁ, ପୁରୁଷୋତ୍ତମ ସାହୁ, ଅକଲ ସାହୁ, ପ୍ରସନ୍ନ କୁମ୍ଭାର ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.