jittmm

ଗୋପାଳପୁର ସମୁଦ୍ରରେ ଡ଼ଙ୍ଗା ଓଲଟି ଜଣେ ନିଖୋଜ : ବର୍ତ୍ତିଲେ ଚାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଜେ.ଟି. ନିକଟରେ ଗତ ମଙ୍ଗଳବାର ଭୋର ପ୍ରାୟ ସାଢେ ୫ଟା ସମୟରେ ମାଛ ମାରିବାକୁ ସମୁଦ୍ର ଭିତରକୁ କାତ ଡ଼ଙ୍ଗାରେ ୫ ଜଣ ଯାଉଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ଥିବା ବେଳେ ଚାରି ଜଣ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ନିଖୋଜ ଥିବା ବ୍ୟକ୍ତି ଜଣକ ହେଲେ ଗୋପାଳପୁର ସତ୍ୟ ସାଇବାବା ସାହିର ବି. ଜେଙ୍ଗମେୟା । ତାଙ୍କର ବୟସ ୩୮ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ମଙ୍ଗଳାବର ଭୋର ପ୍ରାୟ ସାଢେ ୫ଟା ସମୟରେ କାତ ଡ଼ଙ୍ଗା ସାହାଯ୍ୟରେ ମାଛ ମାରିବାକୁ ୫ ଜଣ ବି. ଜେଙ୍ଗମେୟା, ବି.ବାସୁ, ଏ.ଚିନା, କେ.ଚି଼ନେୟା ଓ ପି.ସିମାଦ୍ରୀ ସମୁଦ୍ର ଭିତରକୁ ଯାଉଥିବା ବେଳେ ପ୍ରାୟ ୧୦୦ ମିଟର ଦୂରତାରେ ଏକ ଉଚ୍ଚ ଜୁଆର ମାଡ଼ ଦେବାରୁ ଡ଼ଙ୍ଗାଟି ଓଲଟି ଯାଇଥିଲା । ସେଥିରୁ ଚାରି ଜଣ ବର୍ତ୍ତି ଜାଇ କୂଳକୁ ଫେରି ଥିଲେ । କିନ୍ତୁ ବି.ଜେଙ୍ଗମେୟା କୂଳକୁ ଫେରି ପାରି ନଥିଲେ । ପରେ ପୂର୍ବରୁ ମାଛ ମାରିବାକୁ ଯାଇଥିବା ଡ଼ଙ୍ଗା ଜାଲ ବିଛାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ନ ମିଳିବାରୁ ଅପରାହ୍ନରେ ନିଖୋଜର ପତ୍ନୀ ବି.ପୋତାମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଖୋଜିବା ଆରମ୍ଭ କରିଥିଲା ।

Leave A Reply

Your email address will not be published.