oum

ନଦୀକୁ ଡେଇଁ ନାବାଳକ ନିଖୋଜ

jsm

ଜଗତସିଂହପୁର : ପୋଲ ଉପରେ ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ରଖି ଜଣେ ନାବାଳକ ନଦୀକୁ ଡେଇଁ ନିଖୋଜ ଅଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ନିକଟସ୍ଥ କାଉଡ଼ିଆ ନଦୀରେ ଆଜି ଅପରାହ୍ଣରେ ଏଭଳି ଏକ ଘଟଣା ଘଟିଛି । ନାବାଳକର ଘର ଲକପଡ଼ାରେ ହୋଇଥିବା ବେଳେ ତାର ନାମ ତ୍ରିଲୋଚନ ଲେଙ୍କା (୧୬)ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ ଆଜି ସକାଲେ ତ୍ରିଲୋଚନ ନଦୀକୁ ଡେଇଁ ପଡ଼ିଥିଲା । ପୋଲରେ କାମ କରୁଥିବା କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପାରାଦୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ଜବତ କରିଥିବା ବେଳେ ଓଡ୍ରାଫ ଟିମ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି । ତେବେ ନାବାଳକ ଜଣକ ନଦୀକୁ ଡେଇଁବାର କାରଣ କ’ଣ ସ୍ପଷ୍ଟ ଜଣାପଡ଼ି ନାହିଁ ।

Leave A Reply

Your email address will not be published.