jayashree

କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବାପରେ ନିଆଗଲା ପଦକ୍ଷେପ

କଳାହାଣ୍ଡି , (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜଣେ କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବା ପରେ ସିଏଚସିକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ । ସୋମବାର ଲାଞ୍ଜିଗଡ଼ଠାରେ ୪୪ ଜଣଙ୍କ ରେପିଟ୍ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା ସେଥିମଧ୍ୟରୁ ଲାଞ୍ଜିଗଡ଼ ସିଏଚସିର ଜଣେ କୋଭିତ୍ ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ସିଏଚସିରେ ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସଟଡାଉନ୍ ନିଷ୍ପତ୍ତି ନିଆଯାଇଥିବା ବେଳେ କୋଭିଡ୍ ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ମଙ୍ଗଳବାର କରାଯିବ ବୋଲି ଜଣାଯାଉଛି।

Leave A Reply

Your email address will not be published.