ସମ୍ବଲପୁର ମହାନଗର ନିଗମର ନୂତନ କମିଶନର ଭାବେ ଅନିରୁଦ୍ଧା ପଧାନଙ୍କ ଦାୟିତ୍ୱ ଗ୍ରହଣ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ମହାନଗର ନିଗମର ନୂତନ କମିଶନର ଭାବେ ଅନିରୁଦ୍ଧା ପଧାନ ଗୁୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସମ୍ବଲପୁର ଉପ ଜିଲ୍ଲାପାଳ ଥିଲେ, ତାଙ୍କ ସ୍ଥାନରେ ଯୁବ ଆଇଏଏସ ସୂର୍ୟ୍ୟବଂଶୀ ମୟୂର ବିକାଶଙ୍କୁ ନିଯୁକ୍ତି ଦିଆଯାଇଛି । ନିଗମର କମିଶନର ଥିବା ଯୁଗଳ କିଶୋରୀ ଦାସ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅତିରିକ୍ତ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ପଧାନ ପୂର୍ବରୁ ସମ୍ବଲପୁର ପୌର ପରିଷଦର ନିର୍ବାହ ଅଧିକାରୀ ଭାବରେ ବହୁବର୍ଷ କାର୍ୟ୍ୟ କରି କରିଥିବାରୁ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ଥିବରୁ ତାଙ୍କ ଉପରେ ଲୋକଙ୍କ ଅଧିକ ଆଶା ରହିଛି ।

Leave A Reply

Your email address will not be published.