କଂଟାବାଂଜିରେ ୪ ଦିନ ହେଲା ବିଏସଏନଏଲ ନେଟୱାର୍କ ଫେଲ୍‌ : ଅଭିଯୋଗ କଲେ ଶୁଣୁ ନାହାନ୍ତି କେହି

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରରେ ଗୁରୁବାର ଦିନଠାରୁ ବିଏସଏନଏଲ ନେଟ୍‌ ୱାର୍କ ସଂପୂର୍ଣ୍ଣ ଅଚଳ ହୋଇ ପଡିଛି । ବିଭାଗୀୟ କଂଟାବାଂଜି କିମ୍ବା ଜିଲ୍ଲା ପ୍ରଶାସନକୁ ଖବର ଦେଲେ ମଧ୍ୟ ଏଥିପ୍ରତିି ଧ୍ୟାନ ଦିଆ ନଯିବାରୁ ୪ ଦିନ ହେଲା ନେଟୱାର୍କ କାର୍ଯ୍ୟ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ସହରରେ ଥିବା ସହାସ୍ରାଧିକ ବିଏସଏନଏଲ ଉପଭୋକ୍ତା ନେଟୱାର୍କ ଫେଲ ରହିବା ଦ୍ୱାରା କୌଣସି ବ୍ୟବସାୟିକ କାର୍ଯ୍ୟ କରି ପାରୁନାହାନ୍ତି । ଏ ବାବଦରେ ସ୍ଥାନୀୟ କଂଟାବାଂଜି ଏସଡିଓଙ୍କ ମୋବାଇଲ ନଂ.୯୪୩୭୦୦୨୩୩୩ ଏବଂ ଟିଡିଏମଙ୍କ ମୋବାଇଲ ନଂ.୯୪୩୭୯୬୨୫୫୫ରେ ଯୋଗାଯୋଗ କରି ଆସୁଥିଲେ ମଧ୍ୟ ମୋବାଇଲ ଫୋନର ରିଂଗ ବାଜିବା ସତ୍ୱେ କୌଣସି ଜବାବ ମିଳିପାରୁ ନାହିଁ । ଏପରିକି ଶନିବାର ଦିନ କଂଟାବାଂଜି ଜେଇଙ୍କ ମୋବାଇଲ ନଂ.୯୪୩୭୯୬୦୫୨୦ରେ କଲ୍‌ କରିବାରୁ ସେ କଲ୍‌କୁ ଗ୍ରହଣ କରି ଏହାର ମରାମତି କରାଯିବ ବୋଲି ଆଶ୍ୱାସନା ଦେଇଥିବା ବେଳେ ୪ ଦିନ ବିତିଗଲା, ହେଲେ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । କଂଟାବାଂଜି ବିଏସଏନଏଲ ଏକ୍ସଚେଞ୍ଜ ଏସଡିଓ ହେଡକ୍ୱାର୍ଟରରେ ରହୁ ନ ଥିବାରୁ କୌଣସି ପ୍ରକାର ନେଟୱାର୍କ ଫେଲ୍‌ ହେଲେ ମଧ୍ୟ ସେ କିଛି ଜାଣି ନ ପାରି ଫୋନକୁ ମଧ୍ୟ ରିସିଭ୍‌ କରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି । ନେଟ୍‌ୱାର୍କ ଫେଲ୍‌କୁ ନେଇ ଜନସାଧାରଣରେ ଅସନ୍ତୋଷ ବଢ଼ୁଛି । ଏପରିକି ବିଏସଏନଏଲ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.