jayashree

ପଂଚ କୁଣ୍ଡୀୟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ୨୩/୧୧/୨୦୨୩ ଦ୍ୱିତୀୟ ଦିବସରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ମୁଖ୍ୟ କର୍ତ୍ତା ବୈଷ୍ଣବ ସାହୁ, ଦିଲିପ ଅଗ୍ରୱାଲ ଓ ଯଜ୍ଞ କର୍ତା ରୂପେ ପ୍ରଦୀପ ନେପାକ ଓ ସୌଦାମି, କୈଳାସ ଅଗ୍ରୱାଲ, ରାଜ କିଶୋର ମହାନ୍ତି ଓ ସୁଷମା, କିଶୋର ମେହେର, ସୂର୍ଯ୍ୟମଣି ମେହେର ହୋମ କାର୍ଯ୍ୟ ତୁଳାଇବା ସହ ବିଶିଷ୍ଟ କାୟିକା ରୀନା ନନ୍ଦଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ ଆୟୋଜିତ ହୋଇଥିଲା । ସନ୍ଧ୍ୟା କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଯୋଗ ଦେଇ ନାମଯଜ୍ଞ ଆୟୋଜନର ବିଶେଷତ୍ୱ ଉପରେ ମନ୍ତବ୍ୟ ରଖିଥିଲେ । ଏହି ସଭାରେ କମିଟିର ସଭାପତି ପ୍ରକାଶ କୁମାର ନେପାକ ସ୍ୱାଗତ ଭାଷଣ ଦେବା ସହ ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା ସଭାପତିତ୍ୱ କରିଥିଲେ । ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିଦ୍‌ ଶ୍ରୀକର ମିଶ୍ରଙ୍କୁ ଆଧ୍ୟାତ୍ମିକ କାର୍ଯ୍ୟକଳାପ ଓ ଗୁରୁମାନଙ୍କୁ ସୁସଂଗଠିତ କରିବାରେ ଅବଦାନ ପାଇଁ ବିଶେଷ ସମ୍ମାନ କମିଟି ତରଫରୁ ପ୍ରଦାନ କରାଯାଇଥିଲା । ସ୍ୱଗୀୟ ପ୍ରତିଷ୍ଠାତା ସଭ୍ୟମାନଙ୍କ ପରିବାରବର୍ଗଙ୍କୁ ମରୋଣୋତ୍ତର ସମ୍ବର୍ଦ୍ଧନା ପତ୍ର କମିଟି ତରଫରୁ ପ୍ରଦାନ କରାଯାଇଥିଲା । ପ୍ରତିଷ୍ଠାତା ସଭ୍ୟମାନଙ୍କୁ ସମ୍ବର୍ଦ୍ଧନା ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମଂଚ ପରିଚାଳନା ବରିଷ୍ଠ ସଭ୍ୟ ମଧୁସୁଦନ ନାୟକ କରିଥିଲେ । କମିଟିର କୋଷାଧ୍ୟକ୍ଷ ହରେକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହର ତୃତୀୟ ଦିବସରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ କର୍ତ୍ତା ରୂପେ ପ୍ରକାଶ ନେପାକ ଓ ଭାରତୀ, ତ୍ରିନାଥ ସାହୁ ଓ ସ୍ନେହଲତା, ଅଙ୍କୁଶ ହୋତା ଓ ସାଗରିକା, କାହ୍ନୁଚରଣ ମିଶ୍ର, ଭ୍ରମର ବେହେରା, ପଦ୍ମନାଭ ପଟେଲ କାର୍ଯ୍ୟ ତୁଳାଇଥିଲେ । ବରେଣ୍ୟ ଅତିଥି ମ୍ୟୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ୧୩ ନଂ ୱାର୍ଡର କାଉନସିଲର ଇସମତ ଆରା ଖାନା ଏବଂ ୧୫ ନଂ. କାଉନସିଲର ମହେନ୍ଦ୍ର ବାଗ ପ୍ରମୁଖ ସାନ୍ଧ୍ୟ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଭଗବାନ ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କମିଟି ସଭାପତି ପ୍ରକାଶ କୁମାର ନେପାକ, ସଂପାଦକ ଅଙ୍କୁଶ ହୋତା, ଯୁଗ୍ମ ସଂପାଦକ ଶରତ ଷାଣ୍ଢ ମଂଚାସୀନ ଥିଲେ । ବରିଷ୍ଠ ସଭ୍ୟ ମୋତିଲାଲ ଅଗ୍ରୱାଲ ଙ୍କ ବିୟୋଗରେ ସଭା ପ୍ରାରମ୍ଭରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶୋକସଭା କରାଯାଇଥିଲା । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବରିଷ୍ଠ ସଭ୍ୟ ମଧୁସୁଦନ ନାୟକ ଏବଂ ସଭା ସଂଯୋଜନା କରିଥିଲେ ପୂର୍ବତନ ନଗରପାଳ ଦମୟନ୍ତୀ ବାଗ କରିଥିଲେ । ପୂର୍ବଦିନ ଭଳି ସ୍ୱର୍ଗତ ପ୍ରତିଷ୍ଠାତା ସଦସ୍ୟମାନଙ୍କ ସମ୍ମାନାର୍ଥେ ତାଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ପତ୍ର କମିଟି ତରଫରୁ ପ୍ରଦାନ କରାଯାଇଥିଲେ । ପ୍ରତିଷ୍ଠାତା ସଦସ୍ୟ ଏବଂ ବରିଷ୍ଠ ସଦସ୍ୟମାନଙ୍କୁ ମଧ୍ୟ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମାଜରେ ଅଧ୍ୟାତ୍ମିକ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କମିଟିର ଅନୁମୋଦନ କ୍ରମେ ନରେନ୍ଦ୍ର ଜୈନଙ୍କୁ ସ୍ୱତନ୍ତ୍ର ମାନପତ୍ର ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ କମିଟିର ବରିଷ୍ଠ ସଦସ୍ୟ ଅଶୋକ କୁମାର ମିଶ୍ର, ସୁନାଧର ବନଛୋର, ଶିବ ନାରାୟଣ ରଥ, ସରିତା ରଥ ପ୍ରମୁଖ ସାର୍ଟିଫିକେଟ ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଶେଷରେ ଲିନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.