- ପାଣି ଟୋପାଏ ପାଇଁ ପଶୁ ମଣିଷ ଗୋଟିଏ ଘାଟରେ
ଦେଓଗାଁ, (ମନୀଷ କୁମାର ସାହୁ) : ଚାରିପଟରେ ଘଞ୍ଚ ଜଙ୍ଗଲ ମଝିରେ ରହିଛି ଆଦିବାସୀ ବହୁଳ ବରଘାଟି ଗାଁ । ହେଲେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା । ଡିଜିଟାଲ ଯୁଗରେ ଆଦିମ ମଣିଷ ଭଳି ଜୀବନ ଯାପନ କରୁଛନ୍ତି ଏଠାକାର ଲୋକ । ଏଠାରେ ଲୋକଙ୍କ ପାଇଁ ମୌଳିକ ସୁବିଧା ସାଜିଛି ସାତ ସପନ । ଏହାକୁ ନେଇ କୋଶଳ ପ୍ରବାହର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।
ଦେଓଗାଁ ବ୍ଳକ ଦେଷଣ୍ଡ ପଞ୍ଚାୟତର କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି ବରଘାଟି ଗାଁ । ଗାଁର ମୋଟ ଜନସଂଖ୍ୟା ୫୭୦ ହୋଇଥିବା ବେଳେ ୧୪୨ଜଣଙ୍କ ଜବକାର୍ଡ଼ ଓ ୧୬୭ଜଣଙ୍କ ରାସନ କାର୍ଡ଼ ରହିଛି । କିନ୍ତୁ ପିଇବା ପାଇଁ ଏଠାରେ ଲୋକେ ହେଉଛନ୍ତି ଡହଳ ବିକଳ । ଆଜିର ଏହି ଆଧୁନିକ ଯୁଗରେ ବି ଏହି ଗାଁରେ ମହୁଳ କେଜେକୁ ଚିନି କେଜେ ବଦଲ କରୁଥିବା ବେଳେ ପିଆଜ ଦେଉଛନ୍ତି ଦୁଇ କେଜି ତଥାପି ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି ରାଜନେତାଠୁ ପ୍ରଶାସନ ଅଧିକାରୀ । ଏହି ଗାଁରୁ ଉତ୍ପତି ହେଇଥିବା ସୋନଗଡ଼ ନଦୀ ୧୮ପଞ୍ଚାୟତର ଲୋକଙ୍କୁ ପିଇବା ପାଣି ଯୋଗାଇ ଦେଉଥିବା ବେଳେ ବରଘାଟି ଗାଁ ଲୋକଙ୍କ ପାଇଁ ପାଲଟିଛି ଅଭିଶାପ । ଗାଁର ୪ଟି ନଳକୂପ ଭିତରୁ ୨ଟି ଅଚଳ ହୋଇ ପଡ଼ିଥିବା ବେଳେ ଦୁଇଟିରୁ ପାଣି ବାହାରୁଛି । ତାହା ବି ପିଇବା ଉପଯୋଗୀ ହୋଇ ନ ଥିବାରୁ କୂଅ ପାଣିକୁ ଭରଷା କରିଛନ୍ତି ଲୋକେ । ପୋଖରୀ ପାଣି ବି ସୁଖୀ ଯାଉଥିବାରୁ ଗୋଟିଏ ଘାଟରେ ପଶୁ ଓ ମଣିଷ ଗାଧୋଉଥିବା ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ଥିବା ନଳକୂପର ପାଣି ନିଷ୍କାସନ ନ ହେବାରୁ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ରନ୍ତ ନଇଁ ପରି ବହିଯାଉଛି ପାଣି । ମଣ୍ଡପ ନିକଟରେ ଥିବା ଏକ ଟାଙ୍କିରେ ପାଣି ଭର୍ତ୍ତି ହୋଇ ରହି ଯାଇଥିବାରୁ ମଶା ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । କେଉଁ କାମକୁ ଗାଁ କଲ୍ୟାଣ ଅନୁଦାନ ବୋଲି ପ୍ରଶ୍ନ ହେଉଛି । ଏପରି କି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବି ଏହି ଅଞ୍ଚଳର ଲୋକେ ଅବହେଳାର ଶିକାର ହେଉଥିବା ଅଭିଯୋଗ ହେଉଛି ।
ସେମାନେ ଯାହା କୁହନ୍ତି :-
୧. ଅମିତ ସିଂ ନିନା, ସାଂସଦ ପ୍ରତିନିଧି, ଦେଓଗାଁ
ବରଘାଟି ଗାଁରେ ଅନେକ ସମସ୍ୟା ରହିଛେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିବାରୁ ଲୋକେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରି ଗାଁର ବିକାଶ କରାଯିବ ବୋଲି କହିଛନ୍ତି ।
୨. ଲକ୍ଷଣ ଧରୁଆ, ଗ୍ରାମବାସୀ
ଆମର ଗାଁ ବ୍ଲକର ଶେଷ ଗାଁ ସରକାରୀ ସୁବିଧା ସୁଯୋଗ ପାଏବାର ବହୁତ ହଏରାଣ ହେଉଛୁ । କାହାକେ ଜର ଟିକେ ହେଲେ ନେବାର ଲାଗି ଗାଡି ଗୁଟେ ବି ନି ଆସବାର ଠିକ ରାସ୍ତା ନାଇନ ଯେ । ଗାଁ କେ ଆସବାର ଲାଗି ରାସ୍ତା ଗୁଟେ ବନେଇ ଦେଲେ ବହୁତ ଉପକାର ହେତା ବୋଲି କହିଛନ୍ତି ।
୩. ଏଲୋ ମାଝୀ, ଗ୍ରାମବାସୀ
ଗାଁନେ ପିଇବାର ପାଏନ ଲାଗି ବଡ଼ା ଗୁଲଗୁଲା ହେଉଛୁ । ଗଲା ତିନ ମାସ ହେଲାନ ନଳକୁଆଁ ଦୁଇଟା ଖରାପ ହେଇଛେ ଯେ ସାଜିବି ନି ଆଏବାର। କାହାକେ କହେମୁ ବନ୍ଧର ପାଏନ ଆନି କରି ପିଉଛୁ ବୋଲି ପ୍ରକାଶ କରିଛନ୍ତି ।