କଂଟାବାଂଜିର ନବଲ କୁମାର ଜୈନ ପାଇଲେ ଆଇଏଏସ୍

କଂଟାବାଂଜି, (ଗୁରୁଦୟାଲ ହଂସ)- ବଲାଙ୍ଗିର ଜିଲ୍ଲା କଂଟାବାଂଜି ବ୍ୟବସାୟୀକ ସହରର ଢୋଲୁରାମ ଜୈନଙ୍କ ପୁଅ ନବଳ କୁମାର ଜୈନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୨୫ତମ ସ୍ଥାନ ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଏହି ଖବର ପ୍ରସାରଣ ପରେ କଂଟାବାଂଜି ସହର ଏବଂ ଆଖପାଖ ଅଂଚଳରେ ଖୁସିର ବାତାବରଣ ଦେଖାଦେଇଛି । ଦୀର୍ଘ ୮ବର୍ଷ ପରେ ପ୍ରଥମ ଥର ନବଲର ଦୁଇ ଭଉଣୀ ନିଜର ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଆସିଥିଲେ । ସେମାନେ ମଧ୍ୟ ଭାଇର ଏହି ସଫଳତାର ଖବର ପାଇବା କ୍ଷଣି ଆନନ୍ଦରେ ଉଲ୍ଲସିତ ହୋଇଛନ୍ତି । ଗତ ବର୍ଷ ଏହି ପରୀକ୍ଷରେ ନବଲ ୩୫୦ତମ ସ୍ଥାନ ରଖି ଆଇ.ଆର.ଟି.ଏସ.ର ସଫଳତା ପାଇଥିଲେ । ସେଥିରେ ସନ୍ତସ୍ୱ୍ମୃ ନ ହୋଇ ଆହୁରି ଭଲ କରିବାର ଦୃଢ ଇଛାଶକ୍ତି ବଳରେ ପୁନଃର୍ବାର ପାଠ ପଢି ଚଳିତ ବର୍ଷ ୟୁ.ପି.ଏସ.ସି. ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ଲୋକଙ୍କ ସେବା କରିବା ତାଙ୍କର ପ୍ରଥମ କାମ ହେବ ବୋଲି ଖବରଦାତାଙ୍କୁ କହିଛନ୍ତି । ତାଙ୍କର ସଫଳତାରେ ପରିବାରର ସହଯୋଗ ସହ ନିଜର କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିଛନ୍ତି ।

Leave A Reply

Your email address will not be published.