oom

ମୁରିବାହାଲରେ ୭ଦଫା ଦାବୀରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ : ବ୍ଲକ ଅଞ୍ଚଳରେ ଡାକସେବା ଗୁରୁତର ବାଧାପ୍ରାପ୍ତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଡାକ ମଣ୍ଡଳ ଅନ୍ତର୍ଗତ ମୁରିବାହାଲ ସବପୋଷ୍ଟ ଅଫିସ ସମ୍ମୁଖରେ ୧୬ଟି ପୋଷ୍ଟଅଫିସର ବ୍ରାଞ୍ଚ ପୋଷ୍ଟମାଷ୍ଟର ଓ ଡାକ କର୍ମଚାରୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଭିଲ ସାର୍ଭେଣ୍ଟ ମାନ୍ୟତା ଦେବା ସହ ନିଜର ୭ଦଫା ଦାବିରେ ସବପୋଷ୍ଟ ଅଫିସ ସମ୍ମୁଖରେ ଧର୍ମଘଟ ଆରମ୍ଭ କରିଛନ୍ତି । ଏଥିପାଇଁ ବ୍ଲକ ଅଞ୍ଚଳରେ ଡାକସେବା ଗୁରୁତର ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଡାକ କର୍ମଚାରୀମାନଙ୍କ ଦାବିଗୁଡିକ ମଧ୍ୟରେ ସିଭିଲ ସର୍ଭେଣ୍ଟର ମାନ୍ୟତା, ୮ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ ଅବଧି ବୃଦ୍ଧି, ୫ଲକ୍ଷ ଲେଖାଏଁର ଗ୍ରାଚ୍ୟୁଟି ଓ ଗ୍ରୁପବୀମା,୧୮୦ଦିନର ସବେତନ ଛୁଟି, ନିୟମିତ କର୍ମଚାରୀଙ୍କ ପରି ୧୨,୨୪ ଓ ୩୬ବର୍ଷରେ ପଦୋନ୍ନତି, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ, ଟାର୍ଗେଟ ବନ୍ଦ କରି ଜିଡ଼ିଏସ୍‌ କର୍ମଚାରୀଙ୍କୁ ମାନସିକ ନିର୍ୟାତନା ବନ୍ଦ ଓ ସମାନ କାମକୁ ସମାନ ବେତନ ପ୍ରଦାନ ଆଦି ଦାବୀ ରହିଛି । ଇଚ୍ଛାପଡ଼ା ବ୍ରାଞ୍ଚ ପୋଷ୍ଟମାଷ୍ଟର ସୁଶାନ୍ତ କୁମାର ଥନାପତିଙ୍କ ସହ ଶିବନାରୟଣ ହେର୍ଣା, ସୁଜିତ କୁମାର ତାଣ୍ଡି, କୁଶ ରଣା, ମଞ୍ଜୁ ଧରୁଆ, ଦୀପାଂଶି ମହାରଣା, ଯାଜ୍ଞସେନୀ ମହାପାତ୍ର, ଦୀପାଞ୍ଜଲି ଦେହୁରୀ, କୃପାସିନ୍ଧୁ ଧରୁଆ, ସଂକଳ୍ପ କୁମାର ମିଶ୍ର, ବିଶ୍ୱରଂଜନ ବାରିକ, ଦୁଷ୍ମନ୍ତ ଦେହୁରୀ, ସୁଦର୍ଶନ ମିର୍ଦ୍ଧା, ଶେଖର ସୁମନ ରାଜ, ଦୀକ୍ଷାରାଣୀ ବେହେରା, ମମିତା ଦିଗାଲ, ସ୍ୱପ୍ନା ଦାସ, ଡୋଳାମଣି ପ୍ରଧାନୀ ଓ ମୁରିବାହାଲ ପୋଷ୍ଟମ୍ୟାନ ଯଦୁମଣି ପୁଟେଲ ପ୍ରମୁଖ ଏହି ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟରେ ସାମିଲ ହୋଇଥିବା ବେଳେ ଦାବୀ ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.