centurian jitm

ବାଗଦୋର ଠାରେ ଧାନ ବିକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ଗାଁରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପ୍ରାଥମିକ ସମବାୟ ସମିତି ପାଇଁ ଧାନ ବିକ୍ରୟ କେନ୍ଦ୍ରର ଭିତ୍ତିଭୂମି ବିକାଶର ଶିଳାନ୍ୟାସ ଆଜି ହୋଇଯାଇଛି। ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀଫଳ ଭାଙ୍ଗି ଶିଳାନ୍ୟାସ କରିଥିଲେ । ଅତିଥିମାନଙ୍କୁ ଉପଢୌକନ ଦେବା ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ଚାଷୀଙ୍କ ଧାନ ବିକ୍ରୟ ଓ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଉପ ମୁଖ୍ୟମନ୍ତ୍ରୀ ନିଜର ବହୁ ମୂଲ୍ୟ ବକ୍ତବ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଂକ୍ଷେପରେ ବୁଝାଇଥିଲେ । ମଞ୍ଚରେ ବେଲପଡା ବ୍ଲକ ୨୫ ଓ୨୬ ନମ୍ବର ଜୋନର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶବ୍ଦ ମିର୍ଦ୍ଧା, ଅନିମା ଦାସ, ବେଲପଡା ବିଡ଼ିଓ, ଅତିରିକ୍ତ ତହସିଲଦାର, ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଜାରୀ, ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ, କୁନୁ ମୁଣ୍ଡା, ପ୍ରଶାନ୍ତ ଦାସ, ନୀଳ ପାଣିଗ୍ରାହୀ, ଆଲୋକ ବେହେରା, ଶୋଭାକର ମେହେର, ପ୍ରବୀଣ ଅଗ୍ରୱାଲ, ଜିତୁ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବହୁ କର୍ମୀଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ । ପୂର୍ଣ୍ଣ ସହଯୋଗ କରିଥିଲେ ବାଗଦୋର ଗ୍ରାମବାସୀ ।

Leave A Reply

Your email address will not be published.