oum

ଗୋଳାବାରୁଦ କାରଖାନା ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟ

jsm

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଯବାନଙ୍କ ଆତ୍ମହତ୍ୟା ଖବର ମିଳିଛି । ବଲାଙ୍ଗିର ବଡ଼ମାଲ ଗୋଳବାରୁଦ କାରଖାନାରେ ଜଣେ ଡିଏସସି ଯବାନ ତଥା ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଯବାନ ଜଣକ ଡିଉଟିରେ ଥିବା ବେଲେ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସବୁଦିନ ଭଳି ନିଜ ଡିଉଟିକୁ ଯାଇଥିଲେ ଯବାନ ଜଣକ । ୪୭ ନମ୍ବର ବେଷ୍ଟନରେ କାମ କରୁଥିଲେ । ସେହି ସମୟରେ ଆଉ ଜଣେ ଯବାନ ମଧ୍ୟ କାର୍ୟ୍ୟ କରୁଥିବା ସୂଚନା ମିଳିଛି । ଗୋଳବାରୁଦ କାରଖାନାରେ କାର୍ୟ୍ୟ କରୁଥିବା ଡିଏସସି ଯବାନ ନିଜ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ଆତ୍ମ ହତ୍ୟା କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଯାହା ହେଉ ନା କାହିଁକି, ତାହା ସମ୍ପର୍କରେ ପୋଲିସ ସମ୍ପୂର୍ଣ ବିବରଣୀ ଦେଇନାହିଁ ।

Leave A Reply

Your email address will not be published.