ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କ ମୃତ୍ୟୁ : ଦୁର୍ଘଟଣା ନା ଷଡ଼ଯନ୍ତ୍ର ହତ୍ୟା, ସନ୍ଦେହରେ ପରିବାର ଲୋକେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ କେ.ନୂଆ ଥାନା ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏହା ଏକ ସନ୍ଦେହଜନକ ମୃତ୍ୟ ବୋଲି ସାଧାରଣରେ କୁହାଯାଇଛି । ଅନ୍ୟପକ୍ଷରେ ଏହା ଦୁର୍ଘଟଣା ନା ତାଙ୍କୁ ଷଡ଼ଯନ୍ତ୍ର କରି ଗାଡ଼ି ମଡ଼ାଇ ଅବା, ଧକ୍କା ମାରି ହତ୍ୟା କରାଯାଇଛି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ପ୍ରକାରେ, ଗତକାଲି ସଂଧ୍ୟାରେ ଖମ୍ବାରିଗାଁ ଗ୍ରାମ ନିକଟ ଶଙ୍କରଖାଳି ଛକଠାରେ ମୋହନ ଏବଂ ସେହି ଖମ୍ବାରିଗାଁ ଗ୍ରାମର ରାମକୃଷ୍ଣ ମିଶ୍ର ନାମକ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ ମୋହନ ନିଜ ବୁଲେଟ୍ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଖମ୍ବାରିଗାଁ ସ୍କୁଲ ଏବଂ ପଞ୍ଚାୟତ ମଧ୍ୟବର୍ତ୍ତୀ ସ୍ଥାନରେ ରାମକୃଷ୍ଣଙ୍କ କାର୍ ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେବା ପରେ ମୋହନ ରାସ୍ତା କଡରେ ଥିବା ଏକ ନଡ଼ିଆ ଗଛରେ ଜୋରରେ ପିଟିହୋଇ ଯାଇଥିଲେ । ଘଟଣା ସ୍ଥଳରୁ ନିଜେ ରାମକୃଷ୍ଣ ମୋହନଙ୍କୁ ଉଦ୍ଧାର କରି ନିଜ ଗାଡିରେ ଆଣି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଉପସ୍ଥିତ ଡାକ୍ତର ମୋହନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ରାମକୃଷ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋହନଙ୍କୁ ଏକାକୀ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.