centurian jitm

ବସକୁ ପିଟିଲା ବାଇକ୍ : ୩ ମୃତ

nschool

ସୁନ୍ଦରଗଡ : ହେମଗିରି ଥାନା ତୁମୁଳିଆ ଛକ ନିକଟରେ ଏକ ବସକୁ ବାଇକ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ବସଟି ତୁମୁଳିଆରୁ ବ୍ରଜରାଜନଗର ଯାଉଥିଲା । ଏହି ସମୟରେ ବାଇକଟି ଗୋପାଳପୁରରୁ ହେମଗିରି ଆସୁଥିବା ବେଳେ ତୁମୁଳିଆ ଛକ ନିକଟରେ ବସ ସହ ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ ।

ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ହେମଗିରି ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.