om academy

କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ମୋ’ ସ୍କୁଲ ଯୋଜନା

jsm

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ରେ ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଆଗୁଆ’ ଖବର ପ୍ରସାରିତ ହେବା ପରେ ସବୁଜିମାଭରା ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲର ୨୦୦୪ ମ୍ୟାଟ୍ରିକ୍‌ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିବା ବେଳେ ଏକ ବନ୍ଧୁମିଳନର ଆୟୋଜନ କରାଯାଇ ଏକ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ପରିଚାଳନା କମିଟି ଓ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଥିଲା । ସମସ୍ତେ ମାସ୍କ ପିନ୍ଧି କରୋନା ସଂକ୍ରମଣ ଯୋଗୁଁ ନିୟମ ଅନୁସାରେ ଏକ ଅଧଘଂଟିଆ ସଭାରେ ଏକ ଗ୍ରୁପ୍‌ ପ୍ରସ୍ତୁତ କରି ୨୦୦୪ ମ୍ୟାଟ୍ରିକ୍‌ ବ୍ୟାଚ୍‌ କୁରୁଲ ହାଇସ୍କୁଲ ନାମରେ ନାମିତ କରାଯିବା ସହ ସୋସିଆଲ୍‌ ମିଡ଼ିଆରେ ସଂଯୁକ୍ତ କରିବାକୁ ଛାତ୍ର ଦୁଷ୍ମନ୍ତ କୁମାର ପଟେଲ ଓ ଶିକ୍ଷକ ଦିଗାମ୍ବର ନାଏକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ଶିକ୍ଷକମାନଙ୍କ ମଧ୍ୟରୁ ସ୍ଥାନୀୟ ଶିକ୍ଷକ ଶ୍ରୀ ନାଏକ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ଆଗାମୀ ଦିନରେ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତିରେ ସମସ୍ତେ ସାମିଲ୍‌ ହୋଇ ଏହାର ସୁନାମକୁ ବଜାୟ ରଖିବାକୁ ଅନୁରୋଧ କରିଥିଲେ । ଉକ୍ତ ବ୍ୟାଚ୍‌ର ଛାତ୍ର ଡାକ୍ତର ବିବେକାନନ୍ଦ ଧରୁଆ, ଭୁବନେଶ୍ୱର ସଚିବାଳୟରେ ସେକ୍‌ସନ୍‌ ଅଫିସର୍‌ ଭାବେ କାର୍ଯ୍ୟରତ କ୍ରିଷ୍ଣା ରାଉତ, ଓଡ଼ିଶା ପୋଲିସ୍‌ର ସୁଧାଂଶୁ ପଧାନ, ସରୋଜ ବେହେରା, ଲୋକୋ ପାଇଲଟ ସୁଜତ କୁମାର ରାଉତ, ସିଆଇସିଏଫ୍‌ର ସିପାହୀ ଭାବେ କାର୍ଯ୍ୟରତ ଜିତେନ୍ଦ୍ର ନନ୍ଦ, ଇଣ୍ଡିଏନ୍‌ ଆର୍ମି ସଂଜୟ କୁମାର ନାଏକ, ଶିକ୍ଷୟତ୍ରୀ ବବିତା ସେଠ କର୍ମରତ ଥାଇ ବିଦ୍ୟାଳୟର ଗର୍ବ ଓ ଗୌରବ ଆଣି ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଶିକ୍ଷକ ଶ୍ରୀ ନାଏକ । ଅନ୍ୟମାନେ ସମସ୍ତେ କିଛି ନା କିଛି ବ୍ୟବସାୟ ଓ ଚାଷ କାମ କରି କୁଟୁମ୍ବ ପ୍ରତିପୋଷର କରୁଥିବା ପରିଚୟ ପ୍ରଦାନ ବେଳେ ଜଣାପଡ଼ିଥିଲା । ସଭା ପ୍ରାରମ୍ଭରୁ ସହପାଠିନୀ ୰ସ୍ୱାଗତିକା ଜଗଦଲା ଓ ୰ଜୟକୃଷ୍ଣ ନାଏକ ହିନ୍ଦି ଶିକ୍ଷକଙ୍କ ପରଲୋକରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ୫୦ ଜଣ ପୁରାତନ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟର ଉନ୍ନତିରେ ସୁନ୍ଦର ମତାମତ ପ୍ରଦାନ କରି ଗ୍ରୁପ୍‌ ଲିଡ଼ର୍‌ ଭାବେ ସର୍ବଶ୍ରୀ ଦୁଷ୍ପନ୍ତ ପଟେଲ ଓ ଛାତ୍ରୀମାନଙ୍କ ମଧ୍ୟରୁ ଯଶୋବନ୍ତୀ ପଟେଲଭ୍‌କୁ ମନୋନୀତ କରାଯାଇ ‘ମୋ ସ୍କୁଳ ଅଭିଯାନ’କୁ ଆଗେଇ ନେବାକୁ ସ୍ୱୀକୃତି ପ୍ରଦାନ କରି ସଭାସାଂଗ କରାଯାଇଥିଲା । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରେଳ ବିଭାଗରେ ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟରତ ସତ୍ୟଜିତ ନାଏକ । ଉକ୍ତ ବ୍ୟାଚ୍‌କୁ ଆଗେଇ ନେବାରେ ସୁଜିତ୍‌ କୁମାର ରାଉତ ଓ ପ୍ରଭାତ ପଟେଲଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.