om academy

ମିଷ୍ଟି ପ୍ରଡକ୍ସନ ତରଫରୁ ‘ଦେଲୁ ଆହାର ଖାଏଲୁ ପାହାର’

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇରପାଲି ଗାଁର ଯୁବ ଗୋଷ୍ଠୀ ଏକ ସୁନ୍ଦର ଭିଡିଓ କରି ମିଷ୍ଟି ପ୍ରଡକ୍ସନ ତରଫରୁ ଚାଷୀଙ୍କୁ କିପରି ଭାବରେ ସରକାର ଭୁଆଁ ବୁଲାଇ ଚାଲିଛି ଓ ଚାଷୀ ହକ୍‌ ପାଇଁ ବାରମ୍ବାର ଦାବୀ ଉଠାଇଲେ ମଧ୍ୟ ଶୁଣି ନାହିଁ ଓ ଚାଷୀ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି, ସେ ଉପରେ ଭିଡିଓ ମାଧ୍ୟମରେ ପ୍ରସ୍ତୁତ ହୋଇଛି ‘ଦେଲୁ ଆହାର ଖାଏଲୁ ପାହାର’ ।

ଏହା ଏକ ଶିକ୍ଷଣୀୟ ବିଷୟବସ୍ତୁ ଉପରେ ଆଧାରିତ । ସରକାର ଚାଷୀଙ୍କ ପ୍ରତି ଅବହେଳା କରିଥିବା କିଛି ବାର୍ତ୍ତା ରହିଛି । ସରକାର ଏ ଭିଡିଓକୁ ସଂପୂର୍ଣ୍ଣ ରୂପେ ଗ୍ରହଣ କରି ପ୍ରକୃତ ପ୍ରାପ୍ୟ ମିଳୁ ଚାଷୀଙ୍କୁ ଓ ମିଷ୍ଟି ପ୍ରଡକ୍ସନକୁ ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.