pakka

ମିସ୍‌ ଟିନ୍‌ ଇଣ୍ଡିଆ ଆଇରନ ଗର୍ଲ ସବଟାଇଟଲ ବିଜେତା ହେଲେ ମନମୁଣ୍ଡା ଝିଅ ତନିଶା

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : କୁହାଯାଏ ଝିଅ ତ କଣ କରିପାରିବ ମାତ୍ର ସେ ଝିଅ ଯେତେବେଳେ ସଫଳତାର ପାହାଚ ଚଢେ ସେ ସମୟରେ ସମସ୍ତେ ତାର ସଫଳତାକୁ ସଲାମ କରନ୍ତି । ନୂଆଦିଲ୍ଲୀ ସ୍ଥିତ ପାମଗ୍ରୀନ ପଂଚତାରକା ହୋଟେଲରେ ଅକ୍ଟୋବର ୨୯ ତାରିଖରେ ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ ୨୦୨୧ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ତନିଶା ଅଗ୍ରଓ୍ୱାଲ ମିସଟିନ ଇଣ୍ଡିଆ ଆଇରନ ଗର୍ଲ ସବଟାଇଟଲ ୨୦୨୧ ବିଜେତା ହୋଇଛନ୍ତି । ଏଲି କ୍ଲବ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଦେଶସାରା ୧୨ଟି ସ୍ଥାନରେ ଅଭିନୟ ହୋଇଥିଲା । ଭୁବନେଶ୍ୱରରେ ଅନୁଷ୍ଠିତ ଅଡସନ୍‌ରେ ହଜାର ହଜାର ଝିଅମାନଙ୍କ ମଧ୍ୟରୁ ମନମୁଣ୍ଡା ଗ୍ରାମର ଝିଅ ତନିଶା ଅଗ୍ରଓ୍ୱାଲ ମନୋନୀତ ହୋଇ ଦିଲ୍ଲୀ ସ୍ଥିତ ରେଡିଏସନ୍ ହୋଟେଲରେ ଅନୁଷ୍ଠିତ ଦ୍ବିତୀୟ ରାଉଣ୍ଡକୁ ଯାଇଥିଲେ ଏବଂ ସେଠାରୁ ଫିନାଲେ ପାଇଁ ୫୭ଜଣ ଝିଅଙ୍କୁ ମନୋନୀତ କରାଯାଇଥିଲା । ଏହି ଫିନାଲେ ପ୍ରତିଯୋଗିତାରେ ସୋନପୁର ମଡେଲ ଡିଗ୍ରୀ କଲେଜରେ ଯୁକ୍ତ ୩ କଳା ପ୍ରଥମ ବର୍ଷରେ ପଢୁଥିବା ତନିଶା ଅଗ୍ରଓ୍ୱାଲ ଭାଗନେଇ ମିସ ଟିନ ଇଣ୍ଡିଆ ସବଟାଇଟଲ ବିଜେତା ପୁରସ୍କାର ପାଇ ଉଭୟ କଲେଜ ଓ ନିଜ ଗ୍ରାମ ମନମୁଣ୍ଡା ତଥା ବୌଦ୍ଧ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ପୁରସ୍କାର ପାଇ ଏଠାକୁ ଆସିଲାପରେ ମନମୁଣ୍ଡାରେ ଖୁସିର ଲହରୀ ଖେଳି ଯାଇଛି ଓ ତାଙ୍କ ସହପାଠୀ, ବନ୍ଧୁବାନ୍ଧବ, ସ୍ଥାନୀୟ ବାସିନ୍ଦା ତନିଶାକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ତନିଶା ଅଗ୍ରଓ୍ୱାଲ ମନମୁଣ୍ଡାର ବିଶିଷ୍ଟ ବ୍ୟବସାୟୀ ରାମଚନ୍ଦ୍ର ଅଗ୍ରଓ୍ୱାଲ ଓ ରୀନା ଅଗ୍ରଓ୍ୱାଲଙ୍କ ଝିଅ ଅଟନ୍ତି ।

jay balangir
Leave A Reply

Your email address will not be published.

1 + 6 =

error: Content is protected !!