ଶୈବ ଓ ଶାକ୍ତ ଦଣ୍ଡଯାତ୍ରାର ଉଦ୍ଭବସ୍ଥଳି ସୁବର୍ଣ୍ଣପୁର ଜିଲ୍ଲାରେ ମେରୁପର୍ବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶୈବ ଓ ଶାକ୍ତ ସଂସ୍କୃତିର ଅନନ୍ୟ ମାଟି ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ଶିବ ମନ୍ଦିରରେ ଆଜି ଦଣ୍ଡଯାତ୍ରାର ମେରୁପର୍ବ ଅନୁଷ୍ଠିତ ହେଉଛି । ମୀନ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ଚାଲିଥିବା ଦଣ୍ଡଯାତ୍ରାର ଅନ୍ତିମ ସୋପାନରେ ଆଜି ବ୍ରତଧାରୀ ଦଣ୍ଡୁଆମାନେ ଝାମୁଯାତ୍ରା ପର୍ବରେ ଧୂଳିଦଣ୍ଡ, ପାନିଦଣ୍ଡ, ଅଗ୍ନିଦଣ୍ଡ, ଧୂଳିଦଣ୍ଡ ସହ ଷୋହଳ ସୁଆଙ୍ଗ ନୃତ୍ୟଗୀତ କରି ମା’ ରୁଦ୍ରକାଳୀ ଓ ଶିବ ଭଗବାନଙ୍କୁ ଗମ୍ଭିରୀ ବିଜେ କରାଇଛନ୍ତି । ସୂଚନା ଯୋଗ୍ୟ ଯେ, ସପ୍ତମ – ଅଷ୍ଟମ ଶତାଦ୍ଦୀରେ ବୌଦ୍ଧଧର୍ମକୁ ପ୍ରତିହତ କରିବାକୁ ଯାଇ ସୁବର୍ଣ୍ଣପୁରର ସୋମବଂଶୀ ରାଜନ୍ୟ ବର୍ଗ ଏ ମାଟିରେ ଶୈବଶାକ୍ତର ମିଳନରେ ଦଣ୍ଡଯାତ ଭିଆଣ କରିଥିଲେ । ଦଣ୍ଡଯାତ୍ରା ପରମ୍ପରାର ଉଦ୍ଭବସ୍ଥଳୀ ସୁବର୍ଣ୍ଣପୁର ମାଟିରୁ ପରବର୍ତ୍ତି ସମୟରେ ଓଡିଶାର ବିଭିନ୍ନ ଭାଗକୁ ବିସ୍ତାରିତ ହୋଇ ଏକ ଅନନ୍ୟ ଲୋକ ସଂସ୍କୃତିର ମର୍ଯ୍ୟାଦା ଲାଭ କରିଛି ।

Leave A Reply

Your email address will not be published.