ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା

  • କବିର କବିତାରେ ତାର ଅନ୍ତର୍ଦୃଷ୍ଟି ନିହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତାର ଭାବଜଗତ ସବୁବେଳେ ପାଠକୀୟତାର ଉର୍ଦ୍ଧ୍ବରେ ଥାଏ । କବି ଯାହା ଅନୁଭବ କରେ, ତାହା ଅନ୍ୟମାନେ ଦେଖିପାରନ୍ତି ନାହିଁ । କବିର ଅନ୍ତର୍ଦୃଷ୍ଟି ଥାଏ ବୋଲି ସବୁ ପ୍ରକାର ଭାବଭୂମିରେ ତାର ସୃଷ୍ଟି ସବୁ ଜୀବନବାଦୀ ହୁଏ ବୋଲି ଆଜି ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଦ୍ୱିତୀୟ ଦିବସରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ପୁସ୍ତକ ମେଳାର ଦ୍ୱିତୀୟ ସଂଧ୍ୟାରେ ବଲାଙ୍ଗିର ଉପ ଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ୱରେ ସଭାରେ ବିଶିଷ୍ଟ ଶିକ୍ଷାବିତ୍‌ ସନାତନ ଠାକୁର, କେ ଭି କଲେଜ କଣ୍ଟାବାଞ୍ଜିର ଅଧ୍ୟାପକ ଡକ୍ଟର ସଂଜୟ କୁମାର ମିଶ୍ର ବରେଣ୍ୟ ଅତିଥି ଭାବରେ ଯୋଗଦେଇ ପୁସ୍ତକ ପଠନ ଅଭ୍ୟାସ ପାଇଁ ଲୋକଙ୍କ ଭିତରେ ପୁସ୍ତକ ମେଳା ହିଁ ଉତ୍ସାହ ସୃଷ୍ଟି କରିବ ବୋଲି ମତ ଦେଇଥିଲେ । ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ରତ୍ନମୟ ତ୍ରିପାଠୀ ସଭା ସଂଯୋଜନା କରିଥିଲେ ।ଶେଷରେ ପ୍ରଫୁଲ୍ଲ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଦୀପ୍ତିମାଳା ତ୍ରିପାଠୀଙ୍କ ସଂଯୋଜନାରେ ଆଇଡିଏମ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଓ ବି ଏସ ଡେନ୍ସ ଏକାଡେମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.