om academy

ଜିଲ୍ଲା ବ୍ରାହ୍ମଣ ମହାସଭା : ବଲାଙ୍ଗିରର ମାସିକ ବୈଠକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିରର ମାସିକ ବୈଠକ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଜୟରାମ ମିଶ୍ର ଗତ ବୈଠକର ବିବରଣୀ ସ୍ୱିକୃତି ପଠନ କରିଥିଲେ । ସଂଗଠନ ସମ୍ପାଦକ କିଶୋର ପୁରୋହିତ ଭଗବାନ ପର୍ଶୁରାମ ଜୟନ୍ତୀ ସମାରୋହର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଓ ଏହି ଜୟନ୍ତୀ ସମାରୋହରେ ସହଯୋଗ କରିଥିବା ସମସ୍ତ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କୁ ବ୍ରାହ୍ମଣ ମହାସଭା ତରଫରୁ ଧନ୍ୟବାଦ ଦିଆଯାଇଥିଲା । କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ଆୟବ୍ୟୟ ତାଲିକା ଉପସ୍ଥାପନ କରିଥିଲେ । ନଗର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଓ ସମ୍ପାଦକ ସଂକୀର୍ତ୍ତନ ତ୍ରିପାଠୀ ଆଗାମୀ ସାଙ୍ଗଠାନିକ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଜନସାଧାରଣଙ୍କର ମଙ୍ଗଳ ଓ ସୁଦୃଷ୍ଟି ସକାଶେ ଏକ ଯଜ୍ଞ ଅନୁଷ୍ଠିତ କରାଯିବ । ଆଗାମୀ ଜୁଲାଇ ମାସରେ ବନୋମହୋତ୍ସବରେ ବୃକ୍ଷରୋପଣ କରାଯିବା ପାଇଁ ସ୍ଥିର କରାଗଲା । ଖବର କାଗଜରେ ପ୍ରକାଶିତ ପୁରୀ ଗୋବର୍ଦ୍ଧନ ପୀଠରେ ରହିଥିବା ପୂର୍ବତନ ଶଙ୍କରାଚାର୍ଯ୍ୟମାନଙ୍କର ସମାଧିପୀଠ ଗୁଡିକ ଥିବା ଜମିଗୁଡିକ ମାଫିଆ କବଜାରେ ବିକ୍ରୟ କରି ନୂତନ ପ୍ରସାଦ ନିର୍ମାଣ ଚାଲୁଛି । ଏହି ଅନ୍ୟାୟ କାର୍ଯ୍ୟର ପ୍ରତିରୋଧ ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର, ଏକ ସ୍ମାରକପତ୍ର ବଲାଙ୍ଗିର ଜିଲ୍ଲାପାଳ ଜରିଆରେ ସରକାରଙ୍କୁ ପ୍ରଦାନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ଉକ୍ତ ବୈଠକରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟା ସଭ୍ୟ ସତ୍ୟବନ୍ତ ବେଦବାକ, ପୂର୍ବତନ ସଂପାଦକ ଗିରିଧାରୀ ଶତପଥୀ, ଉପସଭାପତି ଗୋପବନ୍ଧୁ ପୁରୋହିତ, କାର୍ଯ୍ୟକାରୀ ସଦସ୍ୟ ପୁରୁଷୋତ୍ତମ ପଣ୍ଡା, ବରିଷ୍ଠ ସଦସ୍ୟ ଲୋକନାଥ ନେପାକ, ଜଗନ୍ନାଥ ଷଡଙ୍ଗି, ସୁଧିର ଚାନ୍ଦ, ଶ୍ୟାମ ସୁନ୍ଦର ଦାଶ, ବିଜୟଲକ୍ଷ୍ମୀ ମିଶ୍ର, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ସୁରେଶ ନାଥ, ରାକେଶ ପଣ୍ଡା ଇତ୍ୟାଦି ଅନେକ ଏହି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.