oom

କାର୍ଯ୍ୟରତ ବିଦ୍ୟୁତ ଜେଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଏସ୍‌ମା ଆଇନ୍ ଅନୁସାରେରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଏସ୍‌ଟିଏସ୍‌ସି ୱେଲଫେୟାର ଏସୋସିଏନ୍

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ବିଦ୍ୟୁତ୍ ଅଧିନସ୍ଥ ସୋହେଲା ସେକ୍‌ସନର ଜୁନିୟର ଇଞ୍ଜିନିୟର ଉମେଶ କୁମ୍ଭାରଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଦଶମାଇଲ ୩୩/୧୧ କେଭି ଗ୍ରୀଡ ସବ୍‌ଷ୍ଟେସନରେ ଶିରଗିଡା ଫିଡରର ବିଦ୍ୟୁତ ସରବରାହ ସଜାଡ଼ିବା ସହିତ ବିଦ୍ୟୁତ ଯୋଗାଣ କାର୍ଯ୍ୟ କରୁଥିବା ସମୟରେ ସୋହେଲା ଗାଁର ରୁକଧର ବେହେରା, ବିନୋଦ ସା, ନାରାୟଣ ସା, ଖିରେଶ୍ଵର ସା, ଡାକ୍ତର ସା, ଶିଦ୍ଧେଶ୍ଵର ସା, ଅକ୍ଷୟ ଭୋଇ, ରାଜେଶ ସାହୁ ଏବଂ ଅନ୍ୟମାନେ କାର୍ଯ୍ୟରତ ଜେଇ ଶ୍ରୀ କୁମ୍ଭାରଙ୍କୁ ଜାତି ଆକ୍ଷେପ କରି ଅଶ୍ଲିଳ ଭାଷାରେ ଗାଲିଗୁଲଜ କରିବା ସହ ବାଡି, ପଥର ଓ ଇଟା ଦ୍ଵାରା ଆକ୍ରମଣ କରିବା ଦ୍ୱାରା ଶ୍ରୀ ଜେଇଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହୋଇଯାଇଥିଲା । ତେବେ ଘଟଣାକୁ ନେଇ ଶ୍ରୀ କୁମ୍ଭାର ସୋହେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ସୋହେଲା ଥାନା କେଶ ନଂ ୧୪. ତା ୩୦ .୬.୨୦୨୧ ଆଇପିସି ଧାରା ଦଫା ୧୪୭, ୧୪୮, ୨୯୪, ୩୫୩, ୩୩୨, ୫୦୬, ୧୪୯ ଏବଂ ଏସ୍‌ଟିଏସସି ପ୍ରିଭେନସନ ଅଫ୍ ଏଟ୍ରୋସିଟି ଏକ୍ଟର ଦଫା ୩(୧) ଆର୍ ୩୨(ଏସ) ଓ ୩୧(ଭି)ରେ ଏକ ମାମଲା ରୁଜୁ ହୋଇଛି । ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଭାର ଡିଏସପିକୁ ଦିଆଯାଇଛି । ତେବେ ବିଦ୍ୟୁତ ବିତରଣ ଉତ୍ପାଦନ ଯୋଗାଣ ସେବା ଏକ ଜରୁରୀ ସେବା ହୋଇଥିବାରୁ ଅଭିଯୁକ୍ତ ମାନଙ୍କୁ ଏସମା ଏକ୍ଟରେ ଗିରଫ କରିବାକୁ ୬ ୱେସ୍କୋ ୟୁଟିଲିଟି ଏସସିଏସ୍‌ଟି ଏମ୍ଳଇଜ ୱେଲଫେୟାର ଏସୋସିଏସନର ସଭାପତି ନୀରଞ୍ଜନ ବିଶି, ସାଧାରଣ ସଂପାଦକ ଜୟଦେବ ମିର୍ଦ୍ଧା, ଉପସଭାପତି ସୁନିଲ ମୁଗ୍ରୀ, ପୂର୍ଣ୍ଣଚନ୍ଦ୍ର ମାଝି, କେଦାର ଧରୁଆ, ଶଙ୍କର କିସାନ, ସହସମ୍ପାଦକ ଲଲିତ ନାଏକ, କୋଷାଧ୍ୟକ୍ଷ ଟିକନାଥ ବାଦୀ, କାର୍ଯ୍ୟକାରୀ ସଭାପତି ଅରବିନ୍ଦ ଛତ୍ରିଆ ପ୍ରମୁଖ ଦାବୀ କରିଛନ୍ତି । କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କ ସୁରକ୍ଷା, ଗ୍ରୀଡ ସବ୍‌ଷ୍ଟେସନ, ଫ୍ୟୂଜ କଳ, ଅଫିସରେ ସୁରକ୍ଷା ଗାର୍ଡ ମୁତୟନ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି ।

jittmm
Leave A Reply

Your email address will not be published.