oum

ଚିତ୍ରକୋଣ୍ଡାରେ ଲାଗିଲା ମାଓ ପୋଷ୍ଟର

jsm

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର । ଚିତ୍ରକୋଣ୍ଡା ଟନେଲକ୍ୟାମ୍ପରୁ ଡାଇକ୍ – ୦୧ର ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଧମକପୂର୍ଣ୍ଣ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଦଣ୍ଡକାରଣ୍ୟ ଡିଭିଜନ୍‌ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲେଖାଯାଇଥିବା ବେଳେ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ୍ ଲାଇନ୍ କାମକୁ ମଧ୍ୟ ବିରୋଧ କରାଯାଇଛି । ଏହି ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଗଞ୍ଜେଇ ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି । ମିଥ୍ୟା ନକ୍ସଲ ଆଖ୍ୟା ଦେଇ ନିରୀହ ଆଦିବାସୀଙ୍କୁ ଦଣ୍ଡିତ କରିବା ବନ୍ଦ କରା ନଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁଦଣ୍ଡ ଦିଆଯିବ । ସୂଚନା ଥାଉକି, ଗତ କିଛି ଦିନ ପୂର୍ବରୁ ପୋଲିସ ଡିଜି ସୁନୀଲ କୁମାର ବଂସଲ ମାଲକାନଗିରି ଜିଲ୍ଲାର ଯନ୍ତ୍ରୀ ପଞ୍ଚାୟତ ଗସ୍ତରେ ଆସି ମାଓ ମୁକାବିଲାର ସ୍ଥିତି ପରୀକ୍ଷା କରିବା ସହ ୫୦ ଜଣ ମାଓ ସମର୍ଥକଙ୍କୁ ଆତ୍ମସମର୍ପଣ କରାଇଥିଲେ । ଡିଜି ଗସ୍ତର ଅଳ୍ପ କିଛି ଦିନ ପରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.