ସତନାମିପଡାରୁ ଗୋ ମାଂସ ଚାଲାଣ ବେଳେ ଟେମ୍ପୁ ଜବତ : ୪ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ୱାର୍ଡ ନଂ.୧୫ ରେଲବାଇ ସତନାମିପଡାରୁ ଏକ ଟେମ୍ପୁରେ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେରାମସେନା ତରଫରୁ ଟେମ୍ପୁ ସହ ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଟାଲିପଡା ନିକଟସ୍ଥ ରେଲବାଇ ସତନାମିପଡାରୁ ଗୋ ମାଂସ କାଟି ଅନ୍ୟତ୍ର ଏକ ଟେମ୍ପୁ ନଂ. ସିଜି-୦୪ଜି -୭୨୭୫ ଯୋଗେ ଚାଲାଣ ହେଉଥିବା ନେଇ କଂଟାବାଂଜି ରାମସେନାକୁ ଖବର ମିଳିଥିଲା । ଖବର ମିଳିବା ପରେ ତତ୍‌କ୍ଷଣାତ ରାମସେନାର ଧର୍ମାନନ୍ଦ ଜୁଏଡ, ପ୍ରଦୀପ ବାଗ, ଦୟାନିଧି ନାଏକ, ବାଲାଜି ନାଏକ, ବିଶିକେଶନ ନାଗ, ଜଗନ ଚଣ୍ଡି, ନିସି ମହାପାତ୍ର, ଘନ ବାଗ, ଶାନ୍ତୁ ସୁନା, କୁନୁ ପୋଢ ପହଂଚି ଟେମ୍ପୁକୁ ଜବତ କରିଥିଲେ । ଏହା ପରେ କଂଟାବାଂଜି ଥାନାକୁ ଖବର ଦେବାରୁ ସବ୍‌ ଇନ୍ସପେକ୍ଟର ସୁରେନ୍ଦ୍ର ଛତ୍ରିଆ, ଏ.ଏସ୍‌.ଆଇ. ପରମାନନ୍ଦ ମାଝି ସତନାମିପଡାକୁ ଯାଇ ଟେମ୍ପୁ ସହ ଚାଳକ ଓ ଅନ୍ୟ ତିନି ଜଣକୁ ଅଟକ ରଖିଛି । ଏହି ଖବର ଲେଖିବା ମଧ୍ୟରେ ପୋଲିସ ଅଧିକ ଅନୁସଂଧାନ ଜାରି ରଖିଛି । ଗୋମାଂସ କେଉଁଠାକୁ ଯାଉଥିଲା କାହା ଇଂଗିତରେ ରେଲବାଇ ଜମିରେ ଗୋହତ୍ୟା କରି ମାଂସ ବିକା ଚାଲିଛି ପଚରାଉଚୁରା ପୋଲିସ କରୁଛି । କିଛି ବର୍ଷ ତଳେ ଏପରି ନିୟମିତ ଗୋ ମାଂସ କଟା ନେଇ ରାମସେନା ତରଫରୁ ସତନାମିପଡାର ଲୋକଙ୍କୁ ପୋଲିସର ଜିମା ଦେଇଥିଲେ । କିଛି ଦିନ ଗଲା ପରେ ପୁନଃ ରେଲବାଇ ଜମିରେ ଅନଧିକାର ବସବାସ କରି ରହୁଥିବା ସତନାମିମାନେ ଗୋ ମାଂସ କାଟୁ ଥିବାରୁ ରେଲବାଇ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ରାମସେନା ତରଫରୁ ଦାବୀ କରାଯାଇଛି ।

Leave A Reply

Your email address will not be published.