jayashree

ହଜିଗଲା ମାନବିକତା : ଅନ୍ୟ ଜାତିରେ ବାହା ହୋଇଥିବା ଯୋଗୁଁ ମାଟି ମୁଠାଏ ଦେବାକୁ ବି ଆସିଲେନି

କେନ୍ଦ୍ରାପଡା : ଅନ୍ୟ ଜାତିରେ ବାହା ହେଇଥିଲେ ବୋଲି ମାଟି ମୁଠାଏ ଦେବାକୁ ବି ଆସିଲେନି କେହି ପରିବାର ଲୋକେ। ଫଳରେ ଦୀର୍ଘ ସମୟ ଧରି ଶବ ପଡି ରହିବା ପରେ ସ୍ୱେ‌ଚ୍ଛସେବୀ ସଂଗଠନ ଆସି ଶବ ନେଇ ସତ୍‌କାର କରିଥିଲେ । ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର କଣ୍ଡିରା ଗାଁରେ । ଗାଁର ଅଜୟ ପଲାଇ ଶିକ୍ଷକ ଭାବରେ ଚାକିରୀ କରିଥିବା ବେଳେ ସହକର୍ମୀ ଶିକ୍ଷୟତ୍ରୀଙ୍କୁ ପ୍ରେମ ବିବାହ କରିଥିଲେ । ଦଳିତ ଜାତିରେ ବାହା ହୋଇଥିବାରୁ ପରିବାର ଏବଂ ତାଙ୍କ ସଂପର୍କୀୟ ଲୋକେ ତାଙ୍କୁ ବିରୋଧ କରିଥିଲେ । ପରେ ସେ ନିଜ ସ୍ତ୍ରୀଙ୍କୁ ନେଇ ଅଲଗା ଘର କରି ରହୁଥିଲେ । ତାଙ୍କର ୩ଟି ପିଲା ଅଛନ୍ତି । ହେଲେ ସେ ରୋଗଗ୍ରସ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ମୃତ୍ୟୁବରଣ କରିଥିଲେ । ଗାଁକୁ ଶବ ପହଂଚିବା ବେଳକୁ ଶବ ସତ୍‌କାର କରିବା ପାଇଁ ଆସି ନଥିଲେ କେହି । ଫଳରେ ତାଙ୍କ ସ୍ତ୍ରୀ ୩ ଛୁଆଙ୍କୁ ଧରି ଚିନ୍ତାରେ ରହି ଯାଇଥିଲେ । ଦୀର୍ଘ ୮ ଘଂଟା ଧରି ଶବ ପଡିରହିବା ପରେ ରାତିରେ ମା’ ଶାରଳା ହେଲ୍ପ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ ଆସି ଶବ ସତ୍‌କାର କରିଥିଲେ ।

Leave A Reply

Your email address will not be published.