om academy

ଟିଟିଲାଗଡରେ ଶିକ୍ଷକ ମହାସମାବେଶ

jsm

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଅଞ୍ଚଳର ୧୪ଟି କ୍ଲଷ୍ଟରର ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ଟିଟିଲାଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷକ ମହାସଂଘର ସଭାପତି ସୁଶାନ୍ତ ପଣ୍ଡା, ସମ୍ପାଦକ ପ୍ରମୁଖ ସଞ୍ଚାସୀନ ଥିଲେ । ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବୀ ପ୍ରତି ଆବଶ୍ୟକ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେବା ପରେ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଶିକ୍ଷକ ମହାସଂଘ ଏକ ସ୍ଥାୟୀ ଶିକ୍ଷକ ସଂଘ ଭବନ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.