ବୁର୍ଡା ମଧ୍ୟମପଡ଼ା ଗଳି ରାସ୍ତା ଅବସ୍ଥା ଶୋଚନୀୟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମ ମଧ୍ୟମପଡ଼ା ଭାଗବତ ମନ୍ଦିର ଠାରୁ କୁଲତାପଡ଼ା ଭିତରକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷାରେ ରାସ୍ତାରେ କାଦୁଅ ଜମି ରହୁଥିବା ବେଳେ ଲୋକେ ଚାଲି ଚାଲି ମଧ୍ୟ ଯିବା ଆସିବା କରିବା ସମ୍ଭବପର ହେଉନାହିଁ । ରାସ୍ତାର ଉଭୟ ପଟରେ ଥିବା ଡ୍ରେନ ପୋତି ହୋଇ ପଡ଼ିଥିବା ବେଳେ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ । ଫଳରେ ବର୍ଷା ଛାଡିବାର କିଛିଦିନ ପର୍ୟ୍ୟନ୍ତ ରାସ୍ତାରେ କାଦୁଅ ଜମି ରହି ଯିବା ଆସିବାରେ ଅସୁବିଧା ହେଉଥିବା ଜଣାଯାଇଛି । ସ୍ଥାନୀୟ ବାସିନ୍ଦା ଏ ନେଇ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.