ମା’ ଦ୍ୱାରସେହ୍ନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିନ୍ଧେକେଲାକୁ ପରାସ୍ତ କରି କଣ୍ଟାବାଞ୍ଜି ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଜୟ ମା’ ଦ୍ୱାରସେହ୍ନୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସିନ୍ଧେକେଲା ଓ କଣ୍ଟାବାଞ୍ଜି ଦଳ ଫାଇନାଲ୍ ମ୍ୟାଚ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିରେ ସିନ୍ଧେକେଲା ଦଳକୁ ପରାସ୍ତ କରି କଣ୍ଟାବାଞ୍ଜି ଦଳ ଚାମ୍ପିଆନ୍‌ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଯୁବରାଜ ବାଗ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଉପସଭାପତି ଅନିଲ ତ୍ରିପାଠୀ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ବ୍ଲକ ସାମ୍ବାଦିକ ସଂଘର ସହ ସମ୍ପାଦକ ଦିନେଶ ଜୈନ, ସଦାନନ୍ଦ ତାଣ୍ଡି, ଗୋବିନ୍ଦ ପୁଟେଲ, ପ୍ରଦୀପ ଜାଲ, ଦୀପକ ଛୁରା, ନୀଳକଣ୍ଠ ବାରିକ, ଦ୍ରୋପଦ ବାରିକ, ଘାସିରାମ ସାହୁ, ବଂଶୀଧର ବାଗ, ରାଜୁ ହାତୀ, ହେରାମ୍ବ ଜାଲ, ପିତାମ୍ବର ସୁନା, ଭୋଜରାଜ ପୁଟେଲ, ଲମ୍ବୋଦର ବେହେରା, ଅର୍ଜୁନ ସାହୁ, ରାଜେଶ ଜୈନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଉପ ବିଜେତା ସିନ୍ଧେକେଲା ଦଳ ଓ ଚମ୍ପିଆନ କଣ୍ଟାବାଞ୍ଜି ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍‌ ମ୍ୟାନ୍‌ ଡିସେମ୍ବର ଭୋଇ, ବୁଲୁ ମାଝି, ଦୁଷ୍ମନ୍ତ ବେହେରା ପ୍ରମୁଖ ସହଯୋଗ କରିଥିବାବେଳେ ଅଭୟ ବାଗ ଓ ଅମୂଲ୍ୟ ସିଂଦେଓ, ଦୀନବନ୍ଧୁ ବଗର୍ତ୍ତି, ଗୌତମ ସା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ବେଷ୍ଟ ସ୍କୋରର୍ ଜାନୁ ବାଗ, ବେଷ୍ଟ ଡିଭେନ୍ସ ପ୍ରେମ ମଲ୍ଲିକ, ବେଷ୍ଟ ପ୍ଲେୟାର୍‌ ଦ ଟୁର୍ଣ୍ଣାମେଣ୍ଟ ଅଭିଷେକ ଚୌଧୁରୀ, ବେଷ୍ଟ ଗୋଲକିପର ଗୁଡ଼ଡୁ ପୁଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ କମିଟି ସଭାପତି ରାଜେଶ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଖେଳରେ ସମ୍ପାଦକ ବିଶ୍ୱ ବିଜୟୀ ପୁରୋହିତ, ଭିକାରୀ ମଲ୍ଲିକ, ପ୍ରେମ ମଲ୍ଲିକ, ଶିବାନନ୍ଦ ସାହୁ, ମଣ୍ଟୁ ସାହୁ, ସଞ୍ଜୟ ସାହୁ, ସୁଜିତ ସରାଫ, ଆକାଶ ସାହୁ, ହେମନ୍ତ ସାହୁ, ମୁନା ସିଂଦେଓ, ବିଟୁ ସାହୁ, ବଳଦେବ ଚନ୍ଦା, ଅଲୋକ ସାହୁ, ବିଶାଳ ସାହୁ, ଚନ୍ଦ୍ରକାନ୍ତ ସାହୁ, ଦିବସ ସାହୁ, ଦିଲେଶ୍ୱର ଭୋଇ, ସୁରତ ସାହୁ, ଫକୀର ଚନ୍ଦା, ହେମନ୍ତ ଟେଣ୍ଟ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.