pr

ନରସିଂହଙ୍କ ୮୧ତମ ଜନ୍ମ ଦିନରେ ଛତାମଖନା ଠାରେ ସର୍ବସାଧାରଣ ସମ୍ମାନ ଗୃହ ଲୋକାର୍ପିତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରିସିଂହ ମିଶ୍ରଙ୍କ ଜନ୍ମ ଦିନରେ ତାଙ୍କର ଜନ୍ମମାଟି ପୁଇଁନ୍ତଲା ବ୍ଲକ ଛତାମଖନା ଠାରେ ତିଆରି କରାଯାଇଥିବା ସର୍ବସାଧାରଣ ସମ୍ମାନ ଗୃହକୁ ଲୋକଙ୍କ ଉଦ୍ଦେଶ୍ୟରେ ଲୋର୍କାପିତ କରାଯାଇଛି । ଛତାମଖନା ସମିତି ସଭ୍ୟ ସିଦ୍ଧାର୍ଥ ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ସର୍ବସାଧାରଣ ଗୃହର ଫିତା କାଟି ଲୋକାର୍ପିତ କରିଥିଲେ । ଛତାମଖନା ସରପଂଚ ଜନ୍ମେଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିଥି ସମିତି ସଭ୍ୟ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ବଲାଙ୍ଗିର ମାଟିର ଜଣେ ସୁଯୋଗ୍ୟ ସନ୍ତାନ ବିଧାୟକ ନରିସଂହ ମିଶ୍ରଙ୍କ ୮୧ତମ ଜନ୍ମ ଦିବସରେ ତାଙ୍କର ଜନ୍ମମାଟି ଛତାମଖନା ଠାରେ ଆଜି ସର୍ବସାଧାରଣ ସମ୍ମାନ ଗୃହକୁ ମୁଁ ଲୋକାର୍ପିତ କରିଥିବାରୁ ନିଜକୁ ଧନ୍ୟମନେ କରୁଛି ଏବଂ ବିଧାୟକ ଶ୍ରୀ ମିଶ୍ରଙ୍କୁ ହୃଦୟରୁ ପ୍ରଣିପାତ କରିବା ସହ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି । ଏହି ସର୍ବସାଧାରଣ ସମ୍ମାନ ଗୃହ ହେବା ଦ୍ୱାରା ବଜାରକୁ ଆସୁଥିବା ମହିଳା ଓ ପୁରୁଷମାନେ ବାହାରେ ସ୍ୱଚ୍ଛ ନ କରି ଏଠାରେ ସ୍ୱଚ୍ଛ କରିବେ । ଯଦ୍ୱାର ସ୍ଥାନୀୟ ଅଂଚଳ ସଫା ସୁତୁରା ରହିବା ସହ ପରିବେଶ ଖରାପ ହେବ ନାହିଁ ବୋଲି ସେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପଂଚାୟତ ଇ.ଓ ପ୍ରମୋଦ ସିଂ, ଜୀତେନ ପାତ୍ର, ସଂଜୀବ ଶତପଥି, ବାବୁଲାଲ ମେଶ୍ୱା, କାଳିଆ ପାତ୍ର, ସୁଜିତ ବେହେରା, ରାଜ କିଶୋର ଗଡୁଆ, ଯୁବରାଜ ଭୋଇ, ରାଧାକାନ୍ତ ମିଶ୍ର, ମହୋନ ଗହିର, ପ୍ରଦୁମ୍ନ ବାରିକଙ୍କ ସମେତ ଗ୍ରାମର ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ପ୍ରକାଶ ଯେ, ବଲାଙ୍ଗିର ସହରର ପୁଇଁନ୍ତଳା କ୍ଲକ ଛତାମଖନା ବଜାର ନିକଟେ ୩ ଲକ୍ଷ ଟଙ୍କାରେ ଏହି ସର୍ବସାଧାରଣ ସମ୍ମାନ ଗୃହ ନିର୍ମାଣ କରାଯାଇଛି । ଯଉଥିରେ କି ଲୋକଙ୍କ ସ୍ୱଚ୍ଛ ପାଇଁ ପାଇଖିନା ଓ ଗାଧୁଆଘର ତିଆରି କରାଯାଇଛି ।

nrusinghnath
Leave A Reply

Your email address will not be published.