pr

କରୁଆଁଝର ଶିବ ମନ୍ଦିରରେ କୁଲୁତା ସମାଜ ପକ୍ଷରୁ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୂଜା ଉତ୍ସବ ଅନୁଷ୍ଠିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଭାଦ୍ରବ ମାସ ତ୍ରୟୋଦଶୀ ତିଥି ଗୁରୁବାର ଦିନ ଦେଓଗାଁ ବ୍ଲକ ବଡବନ୍ଧ ପଂଚାୟତ କରୁଆଂଝର ଗାଁର କୁଲୁତା ସମାଜ ପକ୍ଷରୁ କରୁଆଁଝର କୁଲୁତା ସମାଜର ଗ୍ରାମ୍ୟ କମିଟିର ସଭାପତି ଲେକ୍ରୁ ସାହୁ, ସମ୍ପାଦକ ଅନ୍ତର୍ୟ୍ୟାମୀ ଭୋଇ, ସିକୁଆଁ ଆଂଚଳିକ କମିଟି ସମ୍ପାଦକ ନରେଶ ଚନ୍ଦ୍ର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ଶିବ ମନ୍ଦିରରେ ସମାଜର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରାମେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚନା କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି । ଏହି ପୂଜାରେ ଅଗସ୍ତି ଭୋଇ ପୂଜାର୍ଚନା କରିଥିଲେ । ଏହାପରେ ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଦଶହରା ମାସ ତ୍ରୟୋଦଶୀ ତିଥିରେ ପୂଜାକାର୍ୟ୍ୟ ପାଇଁ ସର୍ବସମ୍ମତି ସିଦ୍ଧାନ୍ତ ନିଆଯାଇଥିଲା । ଅଂଚଳର ସମସ୍ତ କୁଲୁତା ଜାତିର ଲୋକେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

nrusinghnath
Leave A Reply

Your email address will not be published.