ମାଁ ରାମଚଣ୍ଡୀଙ୍କ ପୀଠରେ କୁଳରତ୍ନ ପରିବାରଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ରାମଚଣ୍ଡୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ମଧ୍ୟରେ ଷୋଡଶ ଦିନାତ୍ମକ ପୂଜା ସମାହିତ ହେଇ ଆସିଥିବା ବେଳେ ଦୈନିକ ବିଧି ବିଧାନ ପୂର୍ବକ ପୂଜା ପାର୍ବଣ ଏକ ନିଆରା ଧର୍ମି ଥିଲା । ଦୈନିକ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ ଖୁବ ଉଚ୍ଚ କୋଟୀର ଥିଲା । ବିଭିନ୍ନ ବର୍ଗର ଲୋକଙ୍କୁ ସକ୍ରୀୟ ସହଯୋଗ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ଏକ ନିଆରା ପରମ୍ପରା ଥିଲା । ମହାସପ୍ତମୀ ତିଥିରେ ମଧ୍ୟ ଆନୁଷ୍ଠାନିକ ଭାବେ ଏକ ସାନ୍ଧ୍ୟ ମଞ୍ଚ ସଭା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ଦିର ସ୍ଥାପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ଦ୍ୱାରା ମନ୍ଦିର ଗଠନ ଶୈଳୀ ବିଷୟରେ ଭକ୍ତମାନଙ୍କୁ ଆଲୋକପାତ କରିବା ସହ ପୀଠର ମାହାତ୍ମ୍ୟ ଓ ପ୍ରଚଳିତ ସ୍ଥାପତ୍ୟ ଶୈଳୀ ଉପରେ ଏକ ସୁନ୍ଦର ଉପସ୍ଥାପନା କରିଥିଲେ । ଏହି ମନ୍ଦିର ନିର୍ମାଣ ଶୈଳୀ ସମ୍ପର୍କରେ ଶ୍ରୀ ତ୍ରିପାଠୀ ଉକ୍ତ ଆଧ୍ୟାତ୍ମିକ ସଭା ମଞ୍ଚରେ ସଜନ ମଣ୍ଡଳିଙ୍କୁ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ବିଶଦ ଅବଗତ କରାଇ ବୁଝାଇଥିଲେ । ଏହି ଅବସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ଏହି ସଭାରେ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ନିତ୍ୟାନନ୍ଦ ପଣ୍ଡାଙ୍କ ଉଦ୍ଦେଶ୍ୟରେ ମାଁ ରାମଚଣ୍ଡୀ ପୀଠର କୁଳରତ୍ନ ଭାବେ ସ୍ମୃତିଚିତ୍ର ଦେଇ ତାଙ୍କ ପରିବାର ସଦସ୍ୟମାନଙ୍କୁ ସମ୍ମାନୀତ କରାଗଲା ।
ଏହି ସ୍ମୃତିଚିତ୍ର କୁ ତାଙ୍କ ପରିବାର ତରଫରୁ ଶ୍ରୀ ନୃସିଂହ ପ୍ରସାଦ ପଣ୍ଡା ଓ ଶ୍ରୀ ଲକ୍ଷ୍ମୀ ଚରଣ ପାଣିଗ୍ରାହୀ ମନ୍ଦୀର ଟ୍ରଷ୍ଟ ଓ ପୂଜା କମିଟୀ ଠାରୁ ଗ୍ରହଣ କରିଥିଲେ ଏହି ସଭାରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୀଠ ପୁରୋହିତ ରତ୍ନପଣ୍ଡିତ ଶ୍ରୀ ନବକୃଷ୍ଣ ଆଚାର୍ୟ୍ୟ,ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ, ନବଜୀବନ ବେଦ ବିଦ୍ୟାଳୟ ର ପ୍ରତିଷ୍ଠାତା ବେଦବିଭୂଷଣ ଗୁରୁ ଗଙ୍ଗାଧର ପଣ୍ଡା, ପୂଜା କମିଟୀ
କାର୍ୟ୍ୟକାରୀ ସଭାପତି ଶ୍ରୀ ଦିବାକର ନାୟକ,କମିଟୀ ସଦସ୍ୟ ଶ୍ରୀ କାମାକ୍ଷୀ ପ୍ରସାଦ ପଣ୍ଡା,ସଂଯୋଜକ କମଳ ପଣ୍ଡା,ସହ ସଂଯୋଜକ ତୁଷାର ଶତପଥୀ, ଜ୍ୟୋତିର୍ବିଦ ଦୀପକ କୁମାର ଦାସ ଓ ପୂଜା କମିଟୀ ର ଅନ୍ୟ ସମସ୍ତ ସଦସ୍ୟଗଣ ଉପସ୍ଥିତ ଥିଲେ ।।

Leave A Reply

Your email address will not be published.