ଭଟଲି ଦଧିବାମନ କଲେଜର ନୂତନ କୋଠା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଶ୍ରୀ ଗଣେଷ ପୂଜା ଉପଲକ୍ଷେ ଭଟଲି ସ୍ଥିତ ଦଧିବାମନ ମହାବିଦ୍ୟାଳୟର ନୂତନ କୋଠାକୁ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ନିର୍ମିତ ଉକ୍ତ କୋଠାଘରକୁ ଉଦ୍‌ଘାଟନ ପରେ ସେଠାରେ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମାଣ ଚାଲିଥିବା ଏକାଡେମୀ ବିଲଡିପ୍ସ, କେଣ୍ଟିନ ଓ ହଷ୍ଟେଲ ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ଡଃ ଜୟସେନ ଭୋଇ, ଗୋବିନ୍ଦ ଚନ୍ଦ୍ର ସାହୁ, ପରିଚାଳନା କମିଟି ସଭ୍ୟ ସନ୍ତୋଷ ସେଠ, ସୁଶାନ୍ତ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ଭଟଲି ବ୍ଲକ ଉପାଧ୍ୟକ୍ଷ ମଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.