ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ : ୧ ଉ‌ଦ୍ଧାର, ୧ ନିଖୋଜ

ରାଉରକେଲା : ପୁଣି ରାଉରକେଲା କୋଏଲ ନଦୀରେ ଅଘଟଣ ଘଟିଛି । ରାଉରକେଲାରେ ଥିବା ଟିମ୍ବର କଲୋନୀର ୭ ସାଙ୍ଗ ଏକାଠି ହୋଇ କୋଏଲ ନଦୀକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ୨ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧେଇବା ବେଳେ ଜଣେ ନିଖୋଜ ହୋଇଯାଇଥିଲେ । କିଛି ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁଣି ଜଣେ ସାଙ୍ଗ ବୁଡି ଯାଉଥିବାର ଦେଖି ଉଦ୍ଧାର ହୋଇଥିବା ସାଙ୍ଗ ଜଣଙ୍କ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା । ତେବେ ବହୁକଷ୍ଟରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡିଛି । ଓଡ୍ରାଫ ସହ ବିଶ୍ରା ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଏ ପର୍ୟ୍ୟ‌ନ୍ତ ଜାରି ରହିଛି ।

Leave A Reply

Your email address will not be published.