ସଇଁନ୍ତଲା, (ଅଜିତ କୁମାର ସାହୁ) : ଘର ଭିତରେ ସାପ ବାହାରିଲେ ଲୋକେ ଚିନ୍ତିତ ହୋଇ ପଡ଼ନ୍ତି । ସାପ କିଏ ଧରିବ ତାକୁ ଖୋଜା ଯାଇଥାଏ । ତେବେ ଆଖ ପାଖର ଲୋକେ ସାପ ଦେଖିଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ସାପ ଧରାଳି ଯୁବକ ବିକି.ଜି ନାଗଙ୍କୁ ଖୋଜି ଥାଆନ୍ତି । ବିକି କହିଲେ ସାପ ଧରାଳି ବୋଲି କିଏ ବା ନଜାଣେ । ସେ ହଜାର ହଜାର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ବେଳେ ଆଜି ବଡ଼ମାଲ ଗୋଲାବାରୁଦ କାରଖାନା ଜଣେ ବନ ବିଭାଗର କର୍ମଚାରୀଙ୍କ ଘରରୁ ୫.୩ ଇଞ୍ଚର କୋବ୍ରା ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।