‘କୌନ୍‌ ବନେଗା କରୋଡପତି’ରେ ଡ. ସସ୍ମିତା କର

ସମ୍ବଲପୁର, (କେପିଏନ୍‌ଏସ୍‌) : ଲୋକପ୍ରିୟ ରିୟଲିଟି ସୋ ‘କୌନ୍‌ ବନେଗା କରୋଡପତି’ (କେବିସି)ରେ ସମ୍ବଲପୁରର ବୋହୁ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଶିକ୍ଷା ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡ. ସସ୍ମିତା କର ଭାଗ ନେଇଥିବା ବେଳେ ୩ ଲକ୍ଷ ୨୦ ହଜାର ଟଙ୍କା ଜିତିଥିବା ସୂଚନାରେ କୁହାଯାଇଛି । ତେବେ ଡ. କର ହଟ୍‌ସିଟ୍‌ରେ ବସି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ସୋ’ରେ ଭାଗ ନେବା ଭଳି ଗୌରବ ଅର୍ଜନ କରିଥିବା ବେଳେ ୧୦ଟି ପ୍ରଶ୍ନର ସେ ଠିକ୍‌ ଠିକ୍‌ ଉତ୍ତର ରଖିଥିଲେ ବୋଲି କୁହାଯାଇଛି ।

Leave A Reply

Your email address will not be published.