ସାଧାରଣତନ୍ତ୍ର ଦିବସରେ ସଫେଇ କାର୍ଯ୍ୟକ୍ରମ ନିଷ୍ପତ୍ତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ୭୨ ତମ ସାଧାରଣତନ୍ତ୍ର ଦିବସ ୨୦୨୧ ମସିହା ଜାନୁଆରି ୨୬ ତାରିଖରେ ଟିଟିଲାଗଡରେ ଏକ ନୂଆ ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ସକାଳ ୮:୩୦ ରେ ହାଇସ୍କୁଲ୍ ପଡା ପଡିଆରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବେ । ଏହା ପରେ ଟିଟିଲାଗଡ ପୌର ପରିଷଦ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣକୁ ନେଇ ଶ୍ରମଦାନ କରିବା ପାଇଁ ଟିଟିଲାଗଡ ବାସୀଙ୍କୁ ନିବେଦନ କରିଛନ୍ତି । ଟିଟିଲାଗଡର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରାଯିବା ପାଇଁ କହିଛନ୍ତି । ମାରୱାଡ଼ି ଯୁବମଂଚ, ବଣିକ ସଂଘ, ଟିଟଲାଗଡ ବିକାଶ ସେନା, ନାରୀ ସଂଗଠନ, ରଞ୍ଜୁ ରାଇମନ୍, ସତ୍ୟ ସାଇ ସେବା ସମିତି, କୂମୁଡ଼ା ପାହାଡ଼ ସୁରକ୍ଷା ସମିତି ଆଦିଙ୍କୁ ସହଯୋଗ ପାଇଁ ନିମନ୍ତ୍ରଣ କରାଯାଇଛି । ଟିଟିଲାଗଡର ମିନି ଷ୍ଟାଡିୟମ ସର୍ଗୀଗୁଡ଼ା, ରାମ ମନ୍ଦିର ଖଳିଆପଡା, ମୁଡାବନ୍ଧ ମଦଭାଟି ପଡା, ଗୋରୁବଜାର୍ ହାଟପଦା ପଡା, ବସ୍ ଷ୍ଟାଣ୍ଡ ହାଟପଦା ପଡା, ସବ୍ କଲେକ୍ଟର କାର୍ଯ୍ୟାଳୟ, ଶିବମନ୍ଦିର ନିକଟ କୁମୁଡ଼ା ପାହାଡ କୁମୁଡ଼ା ପାହାଡ ସୁରକ୍ଷା ସମିତିକୁ ଦାୟିତ୍ଵ ଦିଆଯାଇଛି । ଗଣମାଧ୍ୟମ ପ୍ରତିନିଧି ଓ ସହର ବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.