centurian jitm

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟ ବିଭାଗରେ ଦିନିକିଆ କର୍ମଶାଳା

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ‘ନିଯୁକ୍ତି ପାଇଁ ଦକ୍ଷତା ଗଠନ’ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତ୍ତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ପ୍ରେରଣାରେ ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଉତ୍କଳ ବିଶ୍ୱଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗର ମୁଖ୍ୟ ଡ. ରବୀନ୍ଦ୍ର କୁମାର ସ୍ୱାଇଁ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର୍ ସାବତ କୁମାର ଦିଗଲ, ନାଲକୋର ହିସାବ ବିଭାଗ ଏ. ଜି. ଏମ୍. ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ବୈଷୟିକ ସଚିବ ସି.ଏମ୍‌.ଏ ସତ୍ୟସୁନ୍ଦର ମହାସୁଆର ଅଥିତି ରୂପେ ଯୋଗଦାନ କରିଥିଲେ । ଏହି କର୍ମଶାଳାରେ ନିଯୁକ୍ତି ପାଇଁ ବିଭିନ୍ନ ଆବଶ୍ୟକୀୟ କୌଶଳ, ଦକ୍ଷତା ବିକାଶ ପାଇଁ ଏଆଇର ସଠିକ୍ ବ୍ୟବହାର ଆଦି ବିଷୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ବାଣିଜ୍ୟ ବିଭାଗର ସଂଯୋଜକ ଶକ୍ତି ରଞ୍ଜନ ଦାଶଙ୍କ ତତ୍ତ୍ଵାବଧାନରେ ଓ ଡ. ମହେଶ୍ୱର ସେଠୀ, ଡ. ଚନ୍ଦ୍ରିକା ପ୍ରସାଦ ଦାସ, ଡ. ଜିନତା ପଟ୍ଟନାୟକ ଏବଂ ନିତ୍ୟରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଶିକ୍ଷା ସହ ନିଯୁକ୍ତି ପାଇବା କ୍ଷେତ୍ରରେ ବହୁତ ସହାୟକ ହୋଇପାରିବ ବୋଲି ଛାତ୍ରଛାତ୍ରୀ ମାନେ ମତାମତ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!