oom

ଭୋଟ୍‌ ଗଣତି ପାଇଁ ତାଲିମ୍ ନେଲେ ନିୟୋଜିତ କର୍ମଚାରୀ

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଭୋଟ୍‌ ଗଣତି ପାଇଁ ନିୟୋଜିତ କର୍ମଚାରୀ ମାନଙ୍କୁ ବୌଦ୍ଧ ଜିଲ୍ଲପାଳଙ୍କ ସଦ୍‌ଭାବନା ସଭା ଗୃହ ଠାରେ ତାଲିମ୍ ପ୍ରଦାନ କରାଯାଇଥିଲା । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ଭୋଟ୍‌ ଗଣତିର ବିଭିନ୍ନ ଦିଗ ଉପରେ ଅବଗତ କରାଯାଇଥିଲା । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ତଥା ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର୍ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଅତିରିକ୍ତ ଜିଲ୍ଲାପାଳ ତଥା ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର୍ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଡେପୁଟି କଲେକ୍ଟର ଶାଶ୍ଵତ କୁମାର ପ୍ରଧାନ ପ୍ରମୁଖ ଭୋଟ୍‌ ଗଣତି ସମ୍ପର୍କରେ ଉପସ୍ଥିତ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ପ୍ରକାଶ ଥାଉକି ବୌଦ୍ଧ ସହରର ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଠାରେ ଉଭୟ ବିଧାନସଭା ଓ କନ୍ଧମାଳ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି କରାଯିବ ।

jittmm
Leave A Reply

Your email address will not be published.