om academy

ଅଂଶୁଘାତର ଶିକାର ହେଲେ ପୋଲିଙ୍ଗ କର୍ମଚାରୀ

jsm

ବାଲିପାଟଣା : ରାଜ୍ୟରେ ଗୀଷ୍ମଲହରି ଜାରି ଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅଧୀନ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଥିବା ଜଣେ ପୋଲିଂ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ୧୧୧ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକ ମଝିହରା ବୁଥ୍‌ର ଜନୈକ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି । ମତଦାନ ଚାଲିଥିବା ସମୟରେ ପ୍ରବଳ ଗୁଳୁଗୁଳି ଯୋଗୁଁ ଫାଷ୍ଟ ପୋଲିଙ୍ଗ ଅଫିସର ହିମାଂଶୁ ଶେଖର ପାଢ଼ୀ ( ୩୩ ) ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଅଂଶୁଘାତ କକ୍ଷରେ ରଖାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.