ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ କର୍ମଚାରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇ ପୋଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମର ଅଲେଖ ନିରଞ୍ଜନ ସୁନା, ଦେବକୀ ସୁନା, ସନେଇ ସୁନା, ସାନ ସୁନା ଓ ହିମାଂଶୁ ସୁନାଙ୍କ ନାମରେ ଜୟପାଟଣାରେ କେଶ ରୁଜୁ ହୋଇଥିବା ବେଳେ ଘଟଣା ଏବେ କୋର୍ଟରେ ବିଚାରାଧୀନ ରହିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଦାଲତ ପକ୍ଷରୁ ଜାମିନବିହୀନ ୱାରେଣ୍ଟ ଜାରି ହୋଇଥିଲା । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ଯାଇଥିବା ବେଳେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ପରେ ଆମପାଣି ଥାନାରୁ ଆଇଆରବି ଯବାନ ପହଂଚି ଅଭିଯୁକ୍ତଙ୍କୁ ଧରିବା ସହ ପୋଲିସର ଜିମା ଦେଇଥବା ସୂଚନା ମିଳିଛି । ଘଟଣା ଟି ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.