ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିବାହ ପ୍ରୋଶେସନରେ ମାନୁନାହାନ୍ତି କରୋନା କଟକଣା । ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ । ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ଡିଜେ ଓ ବାଣଫୁଟା ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛନ୍ତି । ରାଜଧାନୀରେ ରାତି ୧୦ ପରେ ବିବାହ ଉତ୍ସବରେ ଡିଜେ ବାଜୁଥିବା ଅଭିଯୋଗ ଆସିଲେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ବାହାଘର ଏବଂ ଅନ୍ୟାନ୍ୟ ଉତ୍ସବ ପାଇଁ ସରକାରୀ କଟକଣା ରହିଛି । ହେଲେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବ ପାଇଁ ଅନୁମତି ମିଳିଛି । ଏଥି ସହିତ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ପାରିବେ ନାହିିଁ ବୋଲି ନିୟମ ରହିଛି । ହେଲେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ ହେଉଛି । ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ । ନିୟମ ଅବମାନନା କରି ରାତି ୧୦ଟା ପରେ ଡିଜେ ବଜାଉଥିବା ନଜରକୁ ଆସିଲେ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.